ସାମ୍ବାଦିକମାନଙ୍କ ବେଆଇନ ଗିରଫଦାରୀକୁ ନିନ୍ଦାକଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମାଲକାନଗିରିରେ ଅର୍ଗସ ପ୍ରତିନିଧିଙ୍କ ସହ ୪ଜଣ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାମ୍ବାଦିଙ୍କ ଉପରେ ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ । ଯେଉଁ ସାମ୍ବାଦିକ ଗିରଫ ହୋଇଛନ୍ତି, ସେମାନେ ନକ୍ସଲ ନୁହଁନ୍ତି । ସେମାନଙ୍କୁ ଥାନାକୁ ଡ଼ାକି ଆଲୋଚନା କରିପାରିଥାନ୍ତେ । ପୋଲିସ୍ ମାଓବାଦୀ ଭଳି ରାତିଅଧରେ ଗିରଫ କରିବା ନିନ୍ଦନ୍ଦୀୟ । ରାତି ଅଧରେ ଫୋର୍ସ ଲଗାଇ ବଳପୂର୍ବକ ଗିରଫ କରିଛି ପୋଲିସ୍ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି କରିଛି ମହାସଂଘ । ପୋଲିସ୍ ଚାପରେ ପଡ଼ି ସାମ୍ବାଦିକଙ୍କୁ ଗିରଫ କରି ଫରୱାର୍ଡ଼ କରିଛି । ସେଥିପାଇଁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦରକାର ବୋଲି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଂଗଠନ ସମ୍ପାଦକ କେ.ବାଲାରାଜୁ ଆଚାରୀ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ