ଗାରବନ୍ଧ ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆଜି ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧା ଠାରେ ଥିବା ଏସ୍‌ଭିଟି ହାଇସ୍କୁଲ ପରିଦର୍ଶନ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଏହି ହାଇସ୍କୁଲଟି ୫ଟି ରୂପାନ୍ତିକରଣ ଯୋଜନା ଅନ୍ତର୍ଭୁକ୍ତ ହୋଇଛି । ଏହାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିବାପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ ହାଇସ୍କୁଲର ପ୍ରଧାନଶିକ୍ଷକ ଏବଂ ସହକାରୀ ଯନ୍ତ୍ରୀଙ୍କ ସହ ରୂପାନ୍ତିକରଣକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ