ସାମ୍ବାଦିକ ସ୍ୱର୍ଗତ ତାରିଣୀ ପାଢୀଙ୍କ ସ୍ମୃତିରେ କନ୍ଧମାଳ ପ୍ରେସ କ୍ଳବ ପକ୍ଷରୁ ସାମୁହିକ କୋଭିଡ ପରୀକ୍ଷା ଶିବିର

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କୋଭି ସଂକ୍ରମଣ ଆରମ୍ଭ ହେବାପରେ ପରେ ଲୋକଙ୍କୁ ଏହି ରୋଗର ସଂକ୍ରମଣକୁ ରୋକିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଏବଂ ବ୍ୟକ୍ତିଗତ ଭାବରେ ଲୋକଙ୍କୁ ପ୍ରତିଦିନ ସକାଳୁ ସଚେତନ କରିଆସୁଥିବା ଫୁଲବାଣୀର ସାମ୍ବାଦିକ ତାରିଣୀ ପାଢୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଯିବାପରେ କନ୍ଧମାଳ ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଗଣମାଧ୍ୟମ ମହଲରେ ଅଲୋଡନ ସୃଷ୍ଟି ହୋଇଛି । ସେଥିପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ସାମ୍ବାଦିକ ସଂଗଠନ ଗୁଡିକ ଦ୍ୱାରା ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି । ସେହିପରି ଆଜି କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଆନୁକୁଲ୍ୟରେ ଫୁଲବାଣୀ ସାମ୍ବାଦିକ ଭବନଠାରେ ସ୍ୱର୍ଗତ ତାରିଣୀ ପାଢୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସାମୁହିକ କୋଭିଡ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ପ୍ରେସକ୍ଳବର ସଭାପତି ଶିବପ୍ରସାଦ ତ୍ରିପାଠୀ ଏବଂ ସମ୍ପାଦକ ଅଜିତ କୁମାର ମହାରଣାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଫୁଲବାଣୀର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟମାନେ ମଧ୍ୟ ଆସି ସେଠାରେ କୋଭିଡ ପରୀକ୍ଷା କରାଇଥିଲେ । ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସାମ୍ପୁଲ କଲେକ୍ସନ ଟିମ ଓ ସର୍ଭାଇଲେନ୍ସ ଟିମ ଭଳି ଦୁଇଟି ଦଳ ଏହି ପରିକ୍ଷା କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ମୋଟ ୫୬ ଜଣଙ୍କର ଆଣ୍ଟିଜେନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ପରୀକ୍ଷାରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିବାରୁ ସମସ୍ତ ସାମ୍ବାଦିକ ମାନେ ଆଶ୍ୱସ୍ଥି ଅନୁଭବ କରିଛନ୍ତି । କାର୍ଯ୍ୟକ୍ରମକୁ ସଫଳ ଭାବରେ ଶେଷ କରିଥିବାରୁ ସମ୍ପାଦକ ଅଜିତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ