ସାରଳା ବସ ଓ ଟ୍ରାଭେରା ମୁହାଁମୁହିଁ ଧକ୍କା

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ମଧ୍ୟାର୍ଣ୍ଣ ୧୨ ଟା ସମୟରେ ସାରଳା ନାମକ ଏକ ଯାତ୍ରୀବାହୀ ବସ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି ।ଘଟଣା ରୁ ପ୍ରକାଶ ଯେ, ଶାରଳା ନାମକ ଯାତ୍ରୀ ବାହୀ ବସ ଟି ଭୁବନେଶ୍ୱର ରୁ ନିମାପଡା, ଚାରିଛକ ଦେଇ ଅସ୍ତରଙ୍ଗ ଅଭିମୁଖେ ଯାଉଥିବା ବେଳେ ଅସ୍ତରଙ୍ଗ ରୁ ଏକ ଟ୍ରାଭେରା ନମ୍ୱର OR05AP5656 ଦୃତଗତି ରେ ବିପରୀତ ଦିଗ ରୁ ଆସି କନ୍ତିଲୋ ଛକ ଠାରେ ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କି ଟ୍ରାଭେରା ଆଗ ଟି ସମ୍ପୂର୍ଣ ରୂପେ ବସ ର ଚକା ତଳକୁ ପଶି ଯାଇଥିଲା ।ଘଟଣା ସ୍ଥଳରେ ବସ୍ ରେ ଥିବା ଯାତ୍ରୀ ମାନେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଟ୍ରାଭେରା ରେ ଥିବା ଦୁଇ ଜଣ ବ୍ୟକ୍ତି ଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ଜଣାପଡ଼ିଛି । ଏବଂ ଆଉ ଜଣେ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଛନ୍ତି ।ଖବର ପାଇ ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଦୁଇଟିକୁ ଜବତ କରି ଫାଣ୍ଡି କୁ ଆଣି ଘଟଣା ର ତଦନ୍ତ କରୁଛନ୍ତି । ଟ୍ରାଭେରା ରେ ଥିବା ବ୍ୟକ୍ତି ହେଉଛନ୍ତି ଅସ୍ତରଙ୍ଗ ଥାନା ଅସନ ଗ୍ରାମର ଅଭିମନ୍ୟୁ ପଢ଼ିଆରୀ (୪୫) ।ସେ ଉକ୍ତ ଗାଡ଼ି ନେଇ ବ୍ରହ୍ମପୁର ମାଛ ଜାଆଳ ପାଇଁ ଯାଉଥିଲେ ।ବସ ରେ ବସିଥିବା ବାଦଲ ସିଂ ନାମକ ଜଣେ ଯାତ୍ରୀ ଆହତ ହୋଇ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇ ଘରକୁ ଫେରିଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ