ସାଳନ୍ଦୀ ନଦୀରୁ ୨ଜଣଙ୍କ ମୃତଦେହ ଉଦ୍ଧାର
ହାଟଡିହି, (ଓ୍ବାଇଏନ୍ଏସ୍):ସାଳନ୍ଦୀ ନଦୀର ବିଦ୍ୟାଧରପୁର ନିକଟରୁ ଆଜି ବାଲିବରେଇ ଓ ବିଦ୍ୟାଧରପୁର ଗ୍ରାମର ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ବିଦ୍ୟାଧରପୁର ଗ୍ରାମର ଚକିରିଆସାହିର ଜେନା ହୋ(୬୮) ନାମକ ଜଣେ ବ୍ୟକ୍ତି ସାଳନ୍ଦୀ ନଦୀରେ ମାଛ ମାରିବାକୁ ଯାଇଥିବାବେଳେ ଅସାବଧାନତା ବସତଃ ଜାଲରେ ଗୁଡାଇ ହୋଇଯାଇ ମୃତ୍ୟୁ ବରଣ କରିଥିଲେ । ସେହିପରି ବାଲିବରେଇ ଗ୍ରାମର ଉଚ୍ଚଡାହି ସାହିର ଶଙ୍କରା ମହାକୁଡ (୬୫) ନାମକ ଜଣେ ବ୍ୟକ୍ତି ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ସେଠାରେ ଅସାବଧାନତା ବସତଃ ପଡିଯାଇ ମୃତ୍ୟୁବରଣ କରିଛନ୍ତି ।


