ବିଧାୟକଙ୍କ ଦ୍ୱାରା ଭତ୍ତା ଓ ରାସନକାର୍ଡ ବଣ୍ଟନ
ହାଟଡିହି, (ଓ୍ବାଇଏନ୍ଏସ୍):ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ବାଲିବରେଇ ପଞ୍ଚାୟତରେ ନୁତନ ହିତାଧିକାରୀଙ୍କୁ ଭତ୍ତା ଓ ରେସନକାର୍ଡ ବଣ୍ଟନ କରାଯାଇଛି । ସରପଞ୍ଚ ପ୍ରତିଭା ନାୟକଙ୍କ ସଂଯୋଜନାରେ ବିଦ୍ୟାଧରପୁର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବିଶ୍ୱନାଥ ନାୟକ, ଶତୃଘ୍ନ ପାତ୍ର, ଗୋପାଳ ପଟ୍ଟନାୟକ, ନରୋତ୍ତମ ସତପଥି, ଅନନ୍ତ ରାଉତ, ମାନସ ପାତ୍ର, ଚିନ୍ତାମଣି ମହାନ୍ତି, ବିଶ୍ୱନାଥ ବେହେରା ପ୍ରମୁଖ ଯୋଗଦେଇ ୫୧ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ନୁତନ ଭତ୍ତା ଓ ୨୫ଜଣ ହିତାଧିକାରୀଙ୍କୁ ନୁତନ ରେସନକାର୍ଡ ବଣ୍ଟନ କରିଥିଲେ।


