ବ୍ରାହ୍ମଣ ସମିତି ପୌରାଞ୍ଚଳ ଶାଖା କର୍ମକର୍ତ୍ତା ନିର୍ବାଚିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବ୍ରାହ୍ମଣ ସମିତିର ୧୧୪ତମ ଅଧିବେଶନ ଦାମୋଦରପୁର ସ୍ଥିତ ଜିଲା କାର୍ଯ୍ୟାଳୟରେ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରୋହିତ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ପ୍ରସଙ୍ଗ ସମେତ ସଂଗଠନର ବାଲେଶ୍ୱର ପୌରାଞ୍ଚଳ ଶାଖା କର୍ମକର୍ତ୍ତା ନିର୍ବାଚନ ପାଇଁ ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ଦାଶ ପ୍ରସ୍ତାବ ଆଗତ କରିଥିଲେ । ସର୍ବ ସମ୍ମତ୍ତି କ୍ରମେ ପ୍ରସ୍ତାବ ଗୃହୀତ ସହ ନିର୍ବାଚନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସମିତିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ନିର୍ବାଚନ ପରିଚାଳନା କରିଥିଲେ । ଏଥିରେ ଡ. ଗୌରସାଧନ ମିଶ୍ର ସଭାପତି, ଶାନ୍ତିସ୍ୱରୂପ ମିଶ୍ର ସମ୍ପାଦକ ଓ ବୀରେନ୍ଦ୍ର କୁମାର କରଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ବାଲେଶ୍ୱର ପୌରାଞ୍ଚଳ ସମିତିର ଅନ୍ୟ ପଦ ପାଇଁ ଆସନ୍ତା ପରିବର୍ଦ୍ଧିତ ବୈଠକରେ ଚୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକର ପ୍ରାରମ୍ଭରେ ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ । ଶ୍ୟାମସୁନ୍ଦର ଶୁକ୍ଳ, ଦିଲୀପ କୁମାର ଶତପଥୀ, ଗୌର ଗଦାଧର ଶତପଥୀ, ବୀରେନ୍ଦ୍ର କୁମାର କର, ଜଳଧର ପଣ୍ଡା, ପ୍ରବୋଧ ଚନ୍ଦ୍ର ଦାଶ, ନାରାୟଣ କର, ଜଗବନ୍ଧୁ ଦାଶ, ନିତ୍ୟାନନ୍ଦ ହୋତା, ଶାନ୍ତି ସ୍ୱରୂପ ମିଶ୍ର, କୃତ୍ତିବାସ ପଣ୍ଡା, ପ୍ରଦୀପ ଚକ୍ରବର୍ତ୍ତୀ, ପ୍ରଶାନ୍ତ ଶତପଥୀ ଓ ହରିଶ କୁମାର ପଣ୍ଡା ପ୍ରମୁଖ ଜିଲ୍ଲା ସଂଗଠନ ସଂପର୍କୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବୈଦ୍ୟନାଥ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


