ସିପିଆଇ ଜୋନାଲ କମିଟି ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି କାର୍ଯ୍ୟାଳୟ ପରିସରରେ ସିପିଆଇ ବଡଖେମୁଣ୍ଡି ଜୋନାଲ ପରିଷଦର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ରଙ୍କ ସଂଯୋଜନାରେ ଶୁକ୍ରବାର ଆୟୋଜିତ ସଭାରେ ସିପିଆଇ ଜିଲା କମିଟି ସମ୍ପାଦକ ପ୍ରକାଶ ପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର କରାଯିବ। ଚାଷୀ ବିରୋଧୀ ନୂତନ କୃଷି ଆଇନକୁ ବାତିଲ କରାଯିବ । ଆୟକର ଦେଉନଥିବା ସମସ୍ତ ଗରିବ ପରିବାର ଙ୍କୁ ମାସିକ ୭୫୦୦ ଟଙ୍କା ଓ ୧୦ କିଲୋ ଚାଉଳ ପ୍ରଦାନ କରାଯିବା ସମେତ ଅନ୍ୟାନ୍ୟ ଜନଦାବୀ ହାସଲ ପାଇଁ ସର୍ବଭାରତୀୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଆସନ୍ତା ୨୬ ତାରିଖରେ ଡାକରା ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ଦିଗପହଣ୍ଡି ଅଞ୍ଚଳରେ ସଫଳ କରିବାକୁ ନିବେଦନ କରିଥିଲେ। ପ୍ରମୋଦ କୁମାର ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ସଭାରେ ସିପିଆଇ ଜୋନାଲ କମିଟି ସମ୍ପାଦକ କିଶୋର ଶତପଥୀ ପାର୍ଟି ରିପୋର୍ଟ ଉପସ୍ଥାପନ କରିଥିଲେ । ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ସହ ସିପିଆଇ ଜୋନାଲ କମିଟି ଅଧିନ ବିଭିନ୍ନ ଗ୍ରାମ ସ୍ଥିତ ସିପିଆଇ ଶାଖା ସମ୍ମିଳନୀ ଓ ଜୋନାଲ ସମ୍ମିଳନୀ ଆସନ୍ତା ଜାନୁୟାରୀ ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ରଙ୍କ ସମେତ ଶିବରାମ ମହାଙ୍କୁ ଡ଼,ମୂଷା ବେହେରା, ତ୍ରିନାଥ ମହାରଣା,ମନୋଜ କୁମାର ବିଷୋୟୀ,ବାବୁ ବେହେରା, କୃଷ୍ଣଚନ୍ଦ୍ର ବେହେରା,ସୋମନାଥ ଦଳେଇ, କାଳୁ ଚରଣ ସ୍ୱାଇଁ , ମିଥୁନ ସାସମଲ ପ୍ରମୁଖ ବିଭିନ୍ନ ସିପିଆଇ ଶାଖା କମିଟି ସମ୍ପାଦକ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ