ସିମେଣ୍ଟ ଦୋକାନ କବାଟ ତାଲା ଭାଙ୍ଗି ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ମେନ୍ ରୋଡରେ ଥିବା ଅର୍ଣ୍ଣପୂର୍ଣା ଷ୍ଟିଲସ ସିମେଣ୍ଟ ଲୁହାଛଡ଼ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ପଛ କବାଟ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଦୋକାନ ଭିତରେ ପଶିଥିଲେ । ଦୋକାନ କ୍ୟାସ କାଉଣ୍ଟର ଟଙ୍କା ବାକ୍ସ ତାଡି ସେଥିରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଦୋକାନରେ ଲାପଟପ୍ ,ମୋବାଇଲ ଫୋନ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲେ ମଧ୍ୟ ସେଗୁଡିକୁ ଦୁର୍ବୃତ୍ତ ମାନେ ନେଇ ନାହାନ୍ତି । ଦୋକାନ ମାଲିକ ଭି. ପ୍ରଶାନ୍ତ କୁମାର ରାଜୁ ଶନିବାର ସକାଳୁ ଦୋକାନ ଖୋଲିବା ପରେ ସମସ୍ତ ଚୋରି ଘଟଣା ଜାଣିଥିଲେ। ପରେ ସେ ଏନେଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ.୨୭୦/୨୦ ଦଫା – ୩୮୦/୪୫୭ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରିବାପରେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ସସ୍ମିତା ସେଠୀ ଦୋକାନରେ ପହଞ୍ଚି ତଦନ୍ତ କରିବାସହ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗିବାରେ ବ୍ୟବହୃତ ଲୁହା ହାତୁଡି ଜବତ କରିଥିବା ଜଣାପଡିଛି । ପୋଲିସ ପକ୍ଷରୁ ଆଖପାଖ ଦୋକାନ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ ଦୁର୍ବୃତ୍ତ ମାନଙ୍କ ସମ୍ପର୍କରେ କିଛି ପ୍ରମାଣ ମିଳିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ