ସିବିଏସଇ ଦଶମରେ ଓଡ଼ିଶାର ଗୌରବ‘ନୀତିଶା’

ବାଲେଶ୍ୱର, (ସରୋଜ ପଣ୍ଡା): ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟର ଟପ୍ପର ହୋଇ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣଇଛନ୍ତି ବାଲେଶ୍ୱର ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରୀ ନୀତିଶା ଦାସ । ପରୀକ୍ଷା ଦେଇଥିବା ମୋଟ ୫ଶହରୁ ୪୯୯ ଅର୍ଥାତ ୯୮.୮ ପ୍ରତିଶତ ନମ୍ବର ରଖି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ‘ଏକୀକୃତ ପରୀକ୍ଷଣ କେନ୍ଦ୍ର’(ଆଇଟିଆର)ର ପୂର୍ବତନ ନିର୍ଦ୍ଦେଶକ ତଥା ଏବର ‘ଡେରାଡୁନ ଇନଷ୍ଟ୍ରୁମେଣ୍ଟାଲ ରିସର୍ଚ୍ଚ ଏଣ୍ଡ ଡେଭେଲୋପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ’ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ବିନୟ ଦାସ ଓ ଅନୀତା ଦାସଙ୍କ କନ୍ୟା ଅଟନ୍ତି ନୀତିଶା । କେବଳ ବିଦ୍ୟାଳୟ ଶିକ୍ଷା ନୁହେଁ ବରଂ ସଙ୍ଗୀତ ଏବଂ ନୃତ୍ୟକଳା ତଥା ବକ୍ତୃତାରେ ଏକାଧିକ ଜାତୀୟ ସ୍ତରୀୟ ପ୍ରତଯୋଗିତାରେ ଅଂଶଗ୍ରହଣ କରି ସେ କୃତିତ୍ୱ ଲାଭ କରିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ ପିତାମାତା, ବଡ଼ଭଉଣୀଙ୍କ ସମେତ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ଭାରତ ଭଳି ମହାନ ଦେଶରେ ଜଣେ ଆଦର୍ଶ ନାଗରିକ ଭାବେ ନିଜକୁ ପ୍ରତିଷ୍ଠା କରିବା ପାଇଁ ସେ ଜୀବନ ତମାମ ପ୍ରୟାସ କରିବେ ବୋଲି ନୀତିଶା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବ ଫଳାଫଳ ପଛରେ ନ ପଡ଼ି ସମୟର ସଦୁପୋଯୋଗ ସହିତ ପାଠପଢ଼ାକୁ ଉପଭୋଗ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ