୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଠାବ, ୬ ଜଣ ଗିରଫ

ସମ୍ୱଲପୁର, (ୱାଇଏନ୍‌ଏସ୍‌): ଜାଲ୍ ନୋଟ୍ କାରବାର ରାକେଟର ପର୍ଦ୍ଦାଫାସ । ସମ୍ୱଲପୁରରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୩ ଲକ୍ଷ ଟଙ୍କାର ନକିଲ ନୋଟ୍ ଜବତ ହୋଇଛି । ଏଥିରେ ଅଛି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ । ନକଲି ନୋଟ୍ ତିଆରି ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ଜଣ ଛତିଶଗଡ଼ର ଯୁବକ ଅଛନ୍ତି । ଅନ୍ୟ ୪ ଜଣ ବରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି । ସେମାନଙ୍କୁ ପଚରାଉଚରା ଚଳାଇଛି ପୋଲିସ ।ଜାଲ୍ ନୋଟ୍ କାରବାରର ଚେର ଖୋଜୁଛି ପୋଲିସ । ଏହି ନକଲି କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଓ ରାଜ୍ୟ ବାହାରେ ଲିଙ୍କର ବି ଖୋଳତାଡ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ