ହାଟଡିହି ବ୍ଲକରେ ପୁଣି ଜଣେ କରୋନା ଆକ୍ରାନ୍ତ

ହାଟଡିହି, (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲାରେ ମୋଟ ୨୮ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକର ସୁଲଣ ପଞ୍ଚାୟତରେ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୩ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ ଆବୁଲୁପୁରା ଗ୍ରାମର । ସେ ଗତ ୮ଦିନ ତଳେ ଚେନାଇରୁ ଫେରି ସୁଲଣ ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରେ ସଙ୍ଗରୋଧରେ ଥିଲେ । ସେ ଅସୁସ୍ଥ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାିଁ ପଠାଯାଇଥିଲା । ଗତକାଲି ରାତିରେ ତାଙ୍କର ରିପୋର୍ଟ ପଜେଟିଭ ଥିବା ଜଣାପଡିବାପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସୁଲଣରେ ପହଞ୍ଚି ତାଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଆଜିକୁ ମିଶାଇ ବ୍ଲକରେ ମୋଟ ୪୩ଜଣ ଆକ୍ରାନ୍ତ ମଧ୍ୟରୁ ୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ମୋଟ ୩ଜଣ ଚିକିତ୍ସିତ ହେଉଛନ୍ତିି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ