ଆତ୍ମାର ସଦଗତି ଓ ଆରୋଗ୍ୟ କାମନା ନିମନ୍ତେ ନାମ ସଂକିର୍ତ୍ତନ ସହ ଦୀପଦାନ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର କେନ୍ଦୁବାଡି ଗ୍ରାମରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ଆତ୍ମାର ସଦଗତି ଓ ଆହତ ଯୁବକଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପଦାନ ସହ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ତାରିଖ ଦିନ ବୁଗୁଡା ବଡ଼ ଶଙ୍ଖ ନିକଟରେ ବାଇକ ଦୁର୍ଘଟଣାରେ କେନ୍ଦୁବାଡି ଗ୍ରାମର ଦୁଇଜଣ ଯୁବକ ଗୁରୁତର ଆହତ ଗୋଇଥିବା ବେଳେ କବିରାଜ ବେହେରା ଓରଫ ଧୋବାଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଥିବା ବଳେ କେଶବ ବିଷୋୟୀ ଗୁରୁତର ଅବସ୍ଥାରେ ଆମ୍ରି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଧୋବାଙ୍କ ଆତ୍ମାର ସଦଗତି କାମନା କରି ଓ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସହିତ ସଂଘର୍ଷ କରୁଥିବା କେଶବ ବିଷୋୟୀଙ୍କ ଆରୋଗ୍ୟ କାମନା କରି କେନ୍ଦୁବାଡି ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ଵାରା ନଭେମ୍ବର ୧୫ ତାରିଖ ଦିନ ଗ୍ରାମର ଶୈବପୀଠ ଲୋକନାଥ ମନ୍ଦିରରେ ଭଜନ ସଂକିର୍ତ୍ତନ ସହିତ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଯୁବଗୋଷ୍ଠୀଙ୍କ ସମେତ ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ