ସିମେଣ୍ଟ ବୋଝେଇ ଟ୍ରକ ଓଲଟି ୧ ମୃତ
ଖଲ୍ଲିକୋଟ,(ସିଲୁ ବିଶ୍ଵାଳ ):ଖଲ୍ଲିକୋଟ ନିକଟସ୍ଥ ହରିଡାମୂଳ ଘାଟି ରେ ଆଜି ସକାଳୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଗାଡିର ହେଲ୍ପର ମୃତ୍ୟୁବରଣ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ପୋଲିସ କହିଛି ।ଆନ୍ଧ୍ରପ୍ରଦେଶ ରୁ ସିମେଣ୍ଟ ବୋଝେଇ କରି ଏକ ଟ୍ରକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖଲ୍ଲିକୋଟ ହରିଡାମୂଳ ଘାଟି ରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା ।ଫଳରେ ସିମେଣ୍ଟ ବସ୍ତା ଗୁଡିକ ଏଣେତେଣେ ବିଛାଡି ହୋଇ ପଡ଼ିଥିବା ବେଳେ ଗାଡି ଭିତରେ ଚାପି ହୋଇ ହେଲ୍ପର ତେଲେଙ୍ଗାନା ସୂର୍ୟପେଟା ଜିଲ୍ଲାର କୋଡ଼ଦା ଗ୍ରାମର ଶେଖ ରଫି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତା ରେ ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଈଁ ପଠାଯାଇଥିଲା । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୨୯/୨୦୨୦ରେ ଏକ ମକଦ୍ଦମା ରୁଜୁ କରାଯାଇଛି ।


