ସେଞ୍ଚରିଆନ କଲେଜର ସଫଳତା ପାଇଲେ ୧୧ ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): ପାରଳାଖେମୁଣ୍ଡି ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର କିଛି ବିଦ୍ୟାର୍ଥୀ ଜେଇଇ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହାସଲ କରିଛନ୍ତି । ପରୀକ୍ଷାରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରିନିସିପାଲ ଶ୍ରୀମତି ସୁନିତା ପାଣିଗ୍ରାହି , ଆଂଚଳିକ ନିର୍ଦେଶକ ସମ୍ବିତ ପାତ୍ର , ଭାଇସ ପ୍ରିନିସପାଲ କେଶବ କୁମାର ପ୍ରମୁଖ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜେଇ ଆଡଭାନ୍ସ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।


