ସିସିଡି ତରଫରୁ ବିଶ୍ୱ ବ୍ରେଲି ଦିବସ ଓ ଲୁଇସ ବ୍ରେଲି ଜନ୍ମଦିନ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଆନୁକୁଲ୍ୟରେ ଜିଲ୍ଲା ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ତରଫରୁ ଲୁଇସ ବ୍ରେଲି/ବିଶ୍ୱ ବ୍ରେଲି ଦିବସ ଅନୁଷ୍ଠିତ ହୋଇଥିଲା । ସମର୍ଥ ଅନୁଷ୍ଠାନ ତରଫରୁ ସମର୍ଥ ଅଫିସଠାରେ ସମର୍ଥ ସମ୍ପାଦକ ଓ ସଭାପତିଙ୍କ ମିଳିତ ପ୍ରୟାସରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଭିନ୍ନକ୍ଷମ ତଥା ମୁଖ୍ୟତଃ ୩୫ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି କଲ୍ୟାଣୀ ଦାସ(ଡିଏସଏସଓ) ଓ ଅରୁଣ କୁମାର ତ୍ରିପାଠୀ(ଡିସିପିଓ) ଯୋଗ ଦେଇଥିଲେ । ବ୍ରେଲି ଦିବସ ପାଳନ କରିବା ପାଇଁ ଏବଂ ବ୍ରେଲି ଲିପିକୁ ବୁଝିବା ପାଇଁ ଏବଂ ଶିଖିବା ପାଇଁ ସିସିଡି ଏବଂ ସମର୍ଥ ୨୦୦୪ ମସିହାରୁ ସମସ୍ତଙ୍କୁ ପ୍ରତ୍ସାହନ କରି ଆସୁଅଛି ଏବଂ ତା ସଙ୍ଗେ ସଙ୍ଗେ ପ୍ରତି କ୍ଷେତ୍ରରେ ଭିନ୍ନକ୍ଷମ ମୁଖ୍ୟତଃ ଦୃଷ୍ଟିହୀନଙ୍କ ପାଇଁ ସରକାର/ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି । ଆଜିର ଏହି ୨୧୨ତମ ଲୁଇସ ବ୍ରେଲି ଜନ୍ମଦିନରେ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରୁ୍‌ଅଛୁ ଯେ,ଆପଣମାନେ ଏହି ଭିନ୍ନକ୍ଷମ ଅନୁଷ୍ଠାନକୁ ତଥା ଦୃଷ୍ଟିହୀନ ବ୍ୟକ୍ତି ବିଶେଷଙ୍କୁ ସହାୟତା କରନ୍ତୁ । ଯଦ୍ୱାରାକି ପ୍ରତ୍ୟେକ ଦୃଷ୍ଟିହୀନ ବ୍ୟକ୍ତି ବ୍ରେଲି ଶିକ୍ଷା ମାଧ୍ୟମରେ ସମସ୍ତେ ଉଚ୍ଚଶିକ୍ଷା ପାଇପାରିବେ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ଆଜିର ଏହି ଲୁଇସ ବ୍ରେଲି ଜନ୍ମଦିନରେ ସମସ୍ତଙ୍କୁ ଆହ୍ୱାନ କରୁଛୁ ଯେ,ସମସ୍ତେ ଭିନ୍ନକ୍ଷମ ତଥା ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହାୟତା କରନ୍ତୁ ।ଏହି କାର୍ଯ୍ୟକ୍ରମରେ ସିସିଡି ସମ୍ପାଦକ ଏ.ଜଗନ୍ନାଥ ରାଜୁ ଉଦବୋଧନ ଦେଇ ଗଜପତି ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଏବଂ ସେମାନଙ୍କୁ ସ୍ୱୟଂ ସହାୟକ ସଙ୍ଘ ଓ ସମବାୟ ଗଠନ କରି ସମସ୍ତଙ୍କର ଆର୍ôଥକ ଓ ସାମାଜିକ ଉନ୍ନତି ପଛରେ ଆଗେଇ ଆସିବା ନେଇ ଜୋର ଦେଇଥିଲେ । ଅନ୍ୟ ଅତିଥି ଭାବେ ମହିଳା ସଂଯୋଜକ ଏ.ପଦ୍ମା ରାଜୁ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଏବଂ ଆବଶ୍ୟକ ସ୍ଥଳେ ଆର୍ôଥକ ସହାୟତା ସିସିଡି/ସମର୍ଥ କିପରି ପାଇପାରିବେ ଓ ସେମାନଙ୍କର କ୍ଷୁଦ୍ର ବ୍ୟବସାୟ ସ୍ଥାପନ କରିପାରିବେ ସେ ଉପରେ ଜୋର ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ (ସମର୍ଥ)ର ନିରଞ୍ଜନ ବେହେରା,ଏସ୍ ସୀମାଞ୍ଚଳମ କେ.ଶିବାଜୀ,ସନ୍ତୋଷ ମହାରଣା,ଗଜେନ୍ଦ୍ର ବଡରଇତ ଓ କଳ୍ପନା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ