ସି. ଏସ. ସି. ଗ୍ରାମୀଣ ଷ୍ଟୋର ଉଦଘାଟନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ଲାଇନପଡା ଜନସେବା କେନ୍ଦ୍ରରେ ସି.ଏସ.ସି.ଗ୍ରାମୀଣ ଷ୍ଟୋର ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର ସି.ଏସ.ସି.ଗ୍ରାମୀଣ ଷ୍ଟୋର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବପଲମେଣ୍ଡି ସରପଞ୍ଚ ସୁଶାନ୍ତ କୁମାର ମଲିକ ଏବଂ ମା ଦୁର୍ଗାଶକ୍ତି ନାରୀସଙ୍ଘର ସଭାନେତ୍ରୀ ଅହଲ୍ୟା ନାୟକ, ଚକାପାଦ ବ୍ଲକ ବିଜେଡି ଛାତ୍ର ସଭାପତି ଆଶିଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସି.ଏସ.ସି.ମୁଖ୍ୟ ସୁବ୍ରତ କୁମାର ବେହେରା ପରିଚାଳନା କରିଥିଲେ l କ୍ୟାଡେଟ ଜିତୁ ନାୟକ, ସଞ୍ଜୟ କୁମାର ନାୟକ, ରଞ୍ଜିତ କୁମାର ବେହେରା, ଅଜୟ ବେହେରା ସ୍ବେଛାସେବୀ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ l


