ବେଆଇନ ବାଲି ଚୋରା ଚାଲାଣ : ୩ ଟ୍ରକ୍ ଜବତ ସହ ଚାଳକ ଗିରଫ
ଛତ୍ରପୁର,(ଦେବଦତ୍ତ ମହାରଣା) : ଦିନକୁ ଦିନ ଗଂଜାମ ଜିଲ୍ଲାର ବିଭିନ୍ନ ନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ପୋଲିସ ଓ ରାଜସ୍ୱ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏନେଇ ଜିଲ୍ଲାର ବିଭିନ୍ନ ଥାନା ଅଂଚଳ ର ପୁଲିସ ଅଧିକାରୀ ମାନେ ଘନ ଘନ ଚଢଉ କରିଆସୁଛନ୍ତି । ଜିଲ୍ଲାର ସଦରମହକୁମା ଛତ୍ରପୁର ଆର୍ଦଶ ଥାନା ପୋଲିସ ପକ୍ଷରୁ ମଧ୍ୟ ଗତ କିଛି ଦିନ ତଳେ ବେଆଇନ ବାଲି ଚୋରା ଚାଲାଣ ନେଇ ଟ୍ରାକ୍ଟର, ଟ୍ରକ ସମେତ ବହୁ ଗାଡି ଗୁଡିକୁ ଜବତ କରି ଥାନରେ ମାମଲା ରୁଜୁ କରି ଗାଡିର ଡ୍ରାଇଭର ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏନି ଶନିବାର ଛତ୍ରପୁର ଥାନା ପୋଲିସ ପକ୍ଷରୁ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ନେତୃତ୍ୱରେ ଏକ ଟିମ୍ ବେନୟିମ ଭାବେ ଆନ୍ଧ୍ର ରାଜ୍ୟକୁ ବାଲି ଚାଲଣ କରୁଥିବା ୩ ଟ୍ରକ୍କୁ ଧରିଛନ୍ତି । ଟ୍ରକ ଗୁଡିକ ଜବତ କରିବା ସହ ଉକ୍ତ ଟ୍ରକ୍ ଗୁଡିକର ୩ ଜଣ ଡ୍ରାଇଭରକୁ ଗିରଫ କରାଯାଇଛି । ବେଆଇନ ଭାବେ ଆନ୍ଧ୍ରକୁ ବାଲି ପରିବହନ ହେଉଥିବା ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ବାଲିବଗଡ ଏବଂ ହୁମର ଗ୍ରାମ ଠାରେ ଚଢଉ କରିଥିଲେ । । ୩୬୨,୩୬୩ ଏବଂ ୩୬୪ ତିନୋଟି ମାମଲା ରୁଜୁ କରି ତିନୋଟି ଟ୍ରକ୍ର ଡ୍ରାଇଭରମାନଙ୍କୁ କୋର୍ଟ ଚାଲଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ଛୋଟର ।ୟ ସୂଚନା ଦେଇଛନ୍ତି ।


