ସୁବଳୟା ଗ୍ରାମରେ ମାଗଣା ମେଗା ଚାରାବଣ୍ଟନ କାର୍ଯ୍ୟକ୍ରମ

ରମ୍ଭା,/ଗଂଜାମ, (ଦୁର୍ଗା ମାଧବ ପାଣିଗ୍ରାହୀ):ଗଂଜାମ ବ୍ଲକ୍ ଅନ୍ତର୍ଗତ ସୁବଳୟା ଗ୍ରାମରେ ମାଗଣା ମେଗା ଚରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ମାଗଣାରେ ଏହିଚାରା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରମ୍ଭା ବନାଞ୍ଚଳ ଅଧିକାରୀ ନଗେନ୍ କୁମାର ପଣ୍ଡା ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ପରିବେଶବିଦ୍ ଧନେଶ୍ୱର ବିଧାର,ପୂର୍ବତନ ସରପଞ୍ଚ କେଦାର ନାଥ ସ୍ଵାଇଁ,ଶିକ୍ଷାବିଦ୍ ଶ୍ରୀ ବିଜୟ କୁମାର ବିଶ୍ଵାଳ(ପ୍ରକୃତି ବନ୍ଧୁ ),ସମାଜସେବୀ ମନୋଜ ଦାସ୍ ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ବନପାଳ ଶ୍ରୀମତୀ ସବିତା ପ୍ରଧାନ ,ଗୌରାଙ୍ଗ ପ୍ରଧାନ, ବିଶ୍ଵ ଗୋକଲ୍ୟାଣ ସମିତି (ଗାୟତ୍ରୀ ପରିବାର) ରମ୍ଭାର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ,ଶିକ୍ଷକ ଶେଷଦେବ ବେହେରା ,ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା, ଝଡିଆ ନାହାକ,ବନ କର୍ମଚାରୀ ଦେବାଶିଷ ବେହେରା,ଚିନ୍ତାମଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଚାରା ବଣ୍ଟନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ବୃକ୍ଷ ରୋପଣର ଆବଶ୍ୟକତା, ଏହାର ରୋପଣ ଓ ରକ୍ଷଣାବେକ୍ଷଣର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଉପଭୋକ୍ତା ମାନଙ୍କୁ ଆଲୋକପାତ କରାଇଥିଲେ।ଉପସ୍ଥିତ ସମସ୍ତ ବ୍ୟକ୍ତି ମାସ୍କ ପରିଧାନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିଥିଲେ।ଜନ୍ମାଷ୍ଟମୀ ପରିି ଏକ ପବିତ୍ର ଦିନରେ ଏଭଳି ଏକ ପବିତ୍ର କାର୍ଯ୍ୟକ୍ରମ ବନ୍ୟପ୍ରାଣୀ ବିଭାଗ ତରଫରୁ କରାଯାଇଥିବାରୁ ଗ୍ରାମବାସୀମାନେ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ