ସୁରତରୁ ଓଡ଼ିଶାରେ ପହଞ୍ଚିଲା ଓଡ଼ିଆ ଶ୍ରମିକଙ୍କ ମର ଶରୀର, ହସ୍ତାନ୍ତର ହେବ ପରିବାର ଲୋକଙ୍କୁ

ବୁଗୁଡା – ସାତ ଦିନ ସୁରତର ମେଡିକାଲ ଫିର୍ଜରରେ ଓଡ଼ିଆ ଶ୍ରମିକଙ୍କ ଶବ ରହିବା ପରେ ଶେଷରେ ବିମାନ ଯୋଗେ ଗୁରୁବାର ଦିନ ଭୁବନେଶ୍ୱରରେ ପହଁଚିଲା ମର ଶରୀର । ଶୁକ୍ରବାର ଦିନ ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ସୁରତର ମୟୁର ଭାଇ ଖାତା ସୂତା କଳରେ କ।ର୍ଯ୍ୟରତ ସମୟରେ ବିଦ୍ୟୁତ ଆଘାତରେ ପୋଲସରା ବ୍ଲକ ଭାବରଡ଼ା ଗ୍ରାମର ପ୍ରଫୁଲ କୁମାର ସେଠୀ (୫୦)ଙ୍କ ମୃତ୍ୟୁ ଘଟିଥିଲା। ସୁରତର ଓଡ଼ିଆ ଶ୍ରମିକ ମାନେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବୀକରି ଆନ୍ଦୋଳନ ଚଳାଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସୁରତ ଯାଇଥିଲେ । ସୁରତରେ ପ୍ରଶାସନ ଓ ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା ପରେ ଓଡିଶା ସରକାରଙ୍କ ” ମୋ ପରିବାର” ଯୋଜନା ମାଧ୍ୟମରେ ବିମାନ ଯୋଗେ ପ୍ରଫୁଲଙ୍କ ମର ଶରୀର ଭୁବନେଶ୍ଵର ବିମାନ ବନ୍ଦରରେ ଗୁରୁବାର ଦିନ ପହଞ୍ଚିଥିଲା । ସେଠାକୁ ” ମୋ ପରିବାର” କାର‌୍ୟ୍ୟକ୍ରମର ଅଧ୍ୟକ୍ଷ ଅରୁପ କୁମାର ପଟ୍ଟନାୟକ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପହଞ୍ଚି ମର ଶରୀରକୁ ଭାବରଡ଼ାରେ ପହଞ୍ଚାଇ ପରିବାରକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ