ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜମ୍ମୁ କାଶ୍ମୀର ପୋଲିସକୁ ଏହି ସଫଳତା ମିଳିଛି । ତିନି ଆତଙ୍କୀଙ୍କୁ ଗିରଫ କରିବା ସହିତ ଜମ୍ମୁ କାଶ୍ମୀର ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତିନି ଗିରଫ ଆତଙ୍କବାଦୀ ହେଉଛନ୍ତି ଆଦିଲ ଅହମ୍ମଦ ଦର୍‌, ଆକିବ୍‌ ଫୟାଜ୍‌ ମକ୍ରୁ ଏବଂ ଏଜାଜ୍‌ ଅହମଦ୍‌ । ତିନି ଆତଙ୍କୀ ହିଜବୁଲ୍‌ ମୁଜାହିଦ୍ଦିନିର ସଦସ୍ୟ ବୋଲି ଜଣାପଡିଛି । ଏହି ତିନି ଆତଙ୍କୀ ଅନ୍ୟ ଆତଙ୍କୀଙ୍କୁ ଯାତ୍ରା କରିବା ଏବଂ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ