ଜମିବାଡ଼ି ବିବାଦକୁ ନେଇ ଦୁଇ ପୁତୁରା ବଡମା’ଙ୍କୁ ମରଣାତ୍ମକ ଆକ୍ରମଣ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଢରେ ମହିଳାଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ଯାତନା ବୃଦ୍ଧି ପାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବୁଧିଆକୁଦର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜମିବାଡ଼ି ମାମଲା ନେଇ ଜଣେ ମହିଳାଙ୍କୁ ତାଙ୍କର ଦୁଇ ପୁତୁରା ଠେଙ୍ଗାରେ ଅମାନୁଷିକ ଭାବରେ ମରଣାତ୍ମକ ଆକ୍ରମଣ କରିଥିଲେ । ସୂତ୍ର ଅନୁସାରେ ବବଧିଆ କ୍ଷୁଦ୍ର ଗ୍ରାମର ଦୁଇ ଭାଇ ପ୍ରଫୁଲ୍ଲ ମହାନ୍ତ ଓ ସୁବାସ ମହାନ୍ତ ପରିବାର ମଧ୍ୟରେ ଦିର୍ଘ ଦିନ ହେଲା ଜମିବାଡ଼ି ସମ୍ପର୍କିତ ମାମଲା ନେଇ ପାରିବାରିକ ଝଗଡ଼ା ଲାଗି ରହିଥିଲା । ଗତକାଲି ଅପରାହ୍ନରେ ପାଇଁ ପ୍ରଫୁଲ୍ଲ ମହାନ୍ତ ଘରେ ନଥିବା ବେଳେ ତାଙ୍କର ସ୍ତ୍ରୀ ପ୍ରମିଳାକୁ ଏକୁଟିଆ ପାଇଁ ତାଙ୍କ ଦୁଇ ପୁତୁରା ପପୁ ଓ ଦୀପକ ଘରେ ପଶି ଠେଙ୍ଗାରେ ଦେହ,ହାତ,ଗୋଡ,ପିଚାରେ ମରଣାତ୍ମକ ଆକ୍ରମଣ କରିଥିଲେ । ତାଙ୍କର ଚେତା ବୁଡ଼ି ଯାଇଥିଲା ।ପରେ ପ୍ରମିଳାଙ୍କ ପରିବାର ଲୋକେ ପହଞ୍ଚି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ପରିସ୍ଥିତି ଗୁରୁତର ଥିବାରୁ ତା’ଙ୍କୁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ରାଇରଙ୍ଗପୁର ଟାଉନ ଥାନା ପୋଲିସ ଦିଅର ସମେତ ଦୁଇ ପୁତୁରା ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି କରିବା ସହ ପ୍ରମିଳାଙ୍କ ପୁଅ ନିକନଙ୍କ ଲିଖିତ ଅଭିଯୋଗ କ୍ରମେ ୮୪/୨୦ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ