ସୁସ୍ଥ ହେଉଛନ୍ତି ଲତା ମଙ୍ଗେସକର

ମୁମ୍ୱାଇ : ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମୁମ୍ୱାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ଚିକିତ୍ସିତ ହେଉଛନ୍ତି । ସେ ନିମୋନିଆ, ଛାତିରେ ଇନ୍‌ଫେକ୍ସନ ଏବଂ ହୃଦରୋଗର ପୀଡ଼ିତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି । ଯେ ପର୍ଯ୍ୟନ୍ତ ଇନଫେକ୍ସନ ନିୟନ୍ତ୍ରଣ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କର ପରବର୍ତ୍ତୀ ଚିକିତ୍ସା କରିବା କଷ୍ଟକର ବୋଲି ଡାକ୍ତର କହିଛନ୍ତି । ତେଣୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏବେଠାରୁ କିଛି କହିହେବ ନାହିଁ । ଲତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ । ଲତାଙ୍କ ପରିବାରର ସଦସ୍ୟ ଏବଂ ପୂରା ଦେଶ ଏବେ ତାଙ୍କ ସାଥୀରେ ରହିବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି । ନିକଟରେ ଭାରତ ରତ୍ନ ଲତା ମଙ୍ଗେସକର ନିଜର ୯୦ତମ ଜନ୍ମ ଦିବସ ପାଳନ କରିଥିଲେ । ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ