ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଔପଚାରିକ ରୂପ ଦେବାର ଯୋଜନା ମଞ୍ଜୁରି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ସର୍ବଭାରତୀୟ ସ୍ତରରେ ଅସଂଗଠିତ କ୍ଷେତ୍ର ଲାଗି ଏକ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା “ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଔପଚାରିକ ରୂପ ଦେବାର ଯୋଜନା (ଏଫଏମଇ)”କୁ ମଞ୍ଜୁରି ଦେଇଛନ୍ତି। ଯୋଜନାର ବ୍ୟୟଭାର ୬୦:୪୦ରେ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବେ। ଯୋଜନାରରେ, ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକ ପାଇଁ ଅର୍ଥ ଉପଲବ୍ଧତା ବୃଦ୍ଧି, ନିର୍ଦ୍ଧାରିତ ଉଦ୍ୟୋଗଗୁଡ଼ିକର ରାଜସ୍ବ ବୃଦ୍ଧି, ଖାଦ୍ୟ ଗୁଣବତ୍ତା ଓ ସୁରକ୍ଷା ମାନକର ଅନୁପାଳନ, ସମର୍ଥନ ପ୍ରଣାଳୀ କ୍ଷମତାକୁ ସୁଦୃଢ଼ କରିବା, ଅସଂଗଠିତ କ୍ଷେତ୍ରରୁ ଔପଚାରିକ କ୍ଷେତ୍ରକୁ ରୂପାନ୍ତରଣ, ମହିଳା ଉଦ୍ୟୋଗୀ ଏବଂ ଆକାଂକ୍ଷୀ ଜିଲ୍ଲା ପ୍ରତି ବିଶେଷ ଗୁରୁତ୍, ବର୍ଜ୍ୟରୁ ସମ୍ପତ୍ତି ଅର୍ଜନ ଗତିବିଧିକୁ ପ୍ରୋତ୍ସାହନ, ଜନଜାତି ଜିଲ୍ଲାଗୁଡ଼ିକର ଲଘୁ ବନଜାତ ଉତ୍ପାଦ ପ୍ରତି ଗୁରୁତ୍ବ ପ୍ରମୁଖ ବିଶେଷତ୍, କେନ୍ଦ୍ର ପ୍ରାୟୋଜିତ ଯୋଜନା। ବ୍ୟୟଭାର ୬୦:୪୦ ଅନୁପାତରେ ଭାରତ ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ ବହନ କରିବେ। ୨ଲକ୍ଷ ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକୁ ଋଣ ସହ ଜଡ଼ିତ ସବସିଡି ମାଧ୍ୟମରେ ସହାୟତା ପ୍ରଦାନ କରାଯିବ। ଯୋଜନାକୁ ୨୦୨୦-୨୧ ରୁ ୨୦୨୪-୨୫ ପର୍ୟ୍ୟନ୍ତ ୫ ବର୍ଷର ଅବଧି ପାଇଁ କାର୍ୟ୍ୟକାରୀ କରାଯିବ। ସାମଗ୍ରିକ ଦୃଷ୍ଟିକୋଣ, ଖରାପ ହୋଇଯାଉଥିବା ସାମଗ୍ରୀ ଉପରେ ବିଶେଷ ଗୁରୁତ୍ବ, ବ୍ୟକ୍ତିଗତ ସୂକ୍ଷ୍ମ ୟୂନିଟଗୁଡ଼ିକୁ ସହାୟତା, ୧୦ ଲକ୍ଷ ଟଙ୍କାର ସୀମା ପର୍ୟ୍ୟନ୍ତ ବୈଧ ପ୍ରକଳ୍ପ ଲାଗି ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକୁ ୩୫ ପ୍ରତିଶତ ହାରରେ ଋଣ ସବସିଡି ପ୍ରଦାନ କରାଯିବ। ହିତାଧିକାରୀଙ୍କ ଯୋଗଦାନ ସର୍ବନିମ୍ନ ୧୦ପ୍ରତିଶତ ଏବଂ ଋଣର ବକେୟା ଭାଗ ହେବ। ଏଫପିଓ/ଏସଏଚଜି/ସମବାୟ ସଂସ୍ଥାଗୁଡ଼ିକୁ ସହାୟତା, କାର୍ୟ୍ୟଶୀଳ ପୁଞ୍ଜି ଓ କ୍ଷୁଦ୍ର ଉପକରଣ ଲାଗି ସଦସ୍ୟମାନଙ୍କ ପାଇଁ ଋଣ ଲାଗି ଏସଏଚଜିକୁ ପ୍ରାରମ୍ଭିକ ପୁଞ୍ଜି, ପରବର୍ତ୍ତୀ/ପୂର୍ବବର୍ତ୍ତୀ ଲିଙ୍କେଜ, ସାଧାରଣ ମୌଳିକ ଭିତ୍ତିଭୂମି, ପ୍ୟାକେଜିଂ, ବିପଣନ ଓ ବ୍ରାଣ୍ଡିଂ ଲାଗି ଅନୁଦାନ, ଦକ୍ଷତା ପ୍ରଶିକ୍ଷଣ ଓ ହ୍ୟାଣ୍ଡଲିଂକୁ ସମର୍ଥନ, ଋଣ ସହ ଜଡ଼ିତ ପୁଞ୍ଜି ସବସିଡି, କାର୍ଜ୍ୟନ୍ବୟନ କାର୍ଜ୍ୟକ୍ରମ, ସର୍ବଭାରତୀୟ ସ୍ତରରେ ଯୋଜନା ଆରମ୍ଭ କରାଯିବ। ଋଣ ସହ ଜଡ଼ିତ ସହାୟତା ସବସିଡି ୨ଲକ୍ଷ୍ ୟୁନିଟ ପ୍ରଦାନ କରାଯିବ। କାର୍ୟ୍ୟଶୀଳ ପୁଞ୍ଜି ଏବଂ କ୍ଷୁଦ୍ର ଉପକରଣ ଲାଗି ସଦସ୍ୟମାନଙ୍କୁ ଋଣ ଦେବା ଲାଗି ଏସଏଚଜିଗୁଡ଼ିକୁ (ପ୍ରତ୍ୟେକ ଏସଏଚଜି ପିଛା ୪ ଲକ୍ଷ ଟଙ୍କା) ପ୍ରାରମ୍ଭିକ ପୁଞ୍ଜି ଦିଆଯିବ। ପରବର୍ତ୍ତୀ/ପୂର୍ବବର୍ତ୍ତୀ ଲିଙ୍କେଜ, ସାଧାରଣ ମୌଳିକ ଭିତ୍ତିଭୂମି, ପ୍ୟାକେଜିଂ, ବିପଣନ ଓ ବ୍ରାଣ୍ଡିଂ ଲାଗି ଏଫପିଓଗୁଡ଼ିକୁ ଅନୁଦାନ ପ୍ରଦାନ କରାଯିବ। ପ୍ରଶାସନିକ ଓ କାର୍ଜ୍ୟନ୍ବୟନ ବ୍ୟବସ୍ଥା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଆନ୍ତଃମନ୍ତ୍ରିସ୍ତରୀୟ କ୍ଷମତାପ୍ରାପ୍ତ ସମିତି (ଆଇଏମଇସି) ପକ୍ଷରୁ ଏହି ଯୋଜନାର ଅନୁଧ୍ୟାନ କେନ୍ଦ୍ରୀୟ ସ୍ତରରେ କରାଯିବ। ଏସଏଚଜି/ଏଫପିଓ/ସମବାୟ ସମିତିଗୁଡ଼ିକ ଦ୍ବାରା ନୂଆ ୟୁନିଟ ପ୍ରତିଷ୍ଠା ଓ ସୂକ୍ଷ୍ମ ୟୁନିଟଗୁଡ଼ିକର ସମ୍ପ୍ରସାରଣ ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଏକ ସମିତି ଅନୁଧ୍ୟାନ ଓ ଅନୁମୋଦନ ପ୍ରଦାନ କରିବ। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏହି ଯୋଜନାର କାର୍ୟ୍ୟାନ୍ବୟନ ଲାଗି ବିଭିନ୍ନ ଗତିବିଧିକୁ ସାମିଲ କରିବା ଲାଗି ବାର୍ଷିକ କାର୍ୟ୍ୟଯୋଜନା ପ୍ରସ୍ତୁତ କରିବେ। ଏହି କାର୍ଜ୍ୟକ୍ରମରେ ତୃତୀୟ ପକ୍ଷ ଦ୍ବାରା ଏକ ମୂଲ୍ୟାଙ୍କନ ଏବଂ ମଧ୍ୟାବଧି ସମୀକ୍ଷା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯିବ। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ନୋଡାଲ ବିଭାଗ ଓ ଏଜେନ୍ସି, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏହି ଯୋଜନା କାର୍ୟ୍ୟକାରୀ କରିବା ଲାଗି ଏକ ନୋଡାଲ ବିଭାଗ ଓ ଏଜେନ୍ସିକୁ ଅଧିସୂଚିତ କରିବେ। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନୋଡାଲ ଏଜେନ୍ସି (ଏସଏନଏ) ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ଲାଗି ଉତ୍ତରଦାୟୀ ରହିବେ। ଏଥିସହିତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶସ୍ତରରେ ଉନ୍ନୟନ ଯୋଜନା ପ୍ରସ୍ତୁତ ଓ ପ୍ରାମାଣୀକରଣ, ସମୂହ ବିକାଶ ଯୋଜନା, ୟୁନିଟ ଓ ସମୁହ ଆଦିକୁ ସହାୟତା ପ୍ରଦାନ କରିବା, ଜିଲ୍ଲା ଓ କ୍ଷେତ୍ରୀୟ ସ୍ତରରେ ସ୍ରୋତ ଗୋଷ୍ଠୀର କାର୍ୟ୍ୟକୁ ଅନୁଧ୍ୟାନ କରିବେ । ଜାତୀୟ ପୋର୍ଟାଲ ଓ ଏମଆଇଏସ ଏକ ଜାତୀୟ ପୋର୍ଟାଲ ପ୍ରତିଷ୍ଠା କରାଯିବ ଯେଉଁଠି ଆବେଦନକାରୀ/ବ୍ୟକ୍ତିଗତ ଉଦ୍ୟୋଗୀ ଏହି ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିପାରିବେ। ଯୋଜନାର ସମସ୍ତ ଗତିବିଧିକୁ ଜାତୀୟ ପୋର୍ଟାଲରେ ପରିଚାଳିତ କରାଯିବ। ସମନ୍ବୟ ଢାଞ୍ଚା, ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା କାର୍ୟ୍ୟକାରୀ କରାଯିବା ସମୟରେ ବର୍ତ୍ତମାନର ଯୋଜନାଗୁଡ଼ିକରୁ ସହାୟତା ମଧ୍ୟ ଏହି ଯୋଜନା ଅନ୍ତର୍ଗତ ନିଆଯାଇପାରିବ। ଅନ୍ୟ ସ୍ରୋତ ବିଶେଷ କରି ପୁଞ୍ଜି ନିବେଶ, ହ୍ୟାଣ୍ଡ ହୋଲ୍ଡିଂ ସହାୟତା, ପ୍ରଶିକ୍ଷଣ ଓ ସାଧାରଣ ମୌଳିକ ଭିତ୍ତିଭୂମି ଲାଗି ସହାୟତା ଉପଲବ୍ଧ ନଥିବା କ୍ଷେତ୍ରରେ ସୃଷ୍ଟି ବ୍ୟବଧାନକୁ ଏହି ଯୋଜନା ପୂରଣ କରିବ। ପ୍ରଭାବ ଓ ରୋଜଗାର ସୃଷ୍ଟି, ପାଖାପାଖି ୮ ଲକ୍ଷ ସୂକ୍ଷ୍ମ ଉଦ୍ୟୋଗ ସୂଚନା, ଉନ୍ନତ ବିବରଣୀ ଏବଂ ଔପଚାରିକ ସୁବିଧା ମାଧ୍ୟମରେ ଲାଭବାନ ହେବେ। ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଲାଗି ଋଣ ସବସିଡି ଓ ହ୍ୟାଣ୍ଡହୋଲ୍ଡିଂ ସହାୟତାର ସୀମା ୨ଲକ୍ଷ୍ ସୂକ୍ଷ୍ମ ଉଦ୍ୟୋଗ ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯିବ। ଏହା ସେମାନଙ୍କୁ ସଂଗଠିତ, ବିକଶିତ ଓ ପ୍ରତିଦ୍ବନ୍ଦ୍ବୀ କରିବାରେ ସମର୍ଥ କରିବ । ଯୋଜନା ଫଳରେ ୯ ଲକ୍ଷ କୁଶଳୀ ଏବଂ ଅର୍ଦ୍ଧକୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯୋଜନାରେ ଆକାଂକ୍ଷୀ ଜିଲ୍ଲାରେ ବର୍ତ୍ତମାନର ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଏବଂ ଅନ୍ୟ ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ମିଳିପାରିବ। ସଂଗଠିତ ବଜାର ସହ ଉନ୍ନତ ସମନ୍ବୟ, ସୋର୍ଟିଂ, ଗ୍ରେଡିଂ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ ଆଦି ଭଳି ସମାନ ସେବାର ପ୍ରସାରରେ ବୃଦ୍ଧି।


