ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପ ସମାରୋହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପକୁ ୬ ଏପ୍ରିଲ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ସ୍କୁଲ ପରିସରରେ ଅତ୍ୟନ୍ତ ଚମତ୍କାର ତଥା ଆଡମ୍ବର ସହକାରେ ପାଳନ କରିଥିଲା।ବିଶେଷ କରି କୋରାନା ବାଧକ ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପାରମ୍ପାରିକ ଢଙ୍ଗରେ ବାର୍ଷିକ ଉତ୍ସବକୁ ମନାଯାଇଥିବାରୁ ସମସ୍ତ ଅଭିଭାବକ , ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା । ସେଞ୍ଚୁରିୟନ୍ ୟୁନିଭରସିଟି କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଏବଂ ରେଜିଷ୍ଟ୍ରାର ଡ଼ .ଅନିତା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ସେହିପରି କୃଷି ବିଭାଗର ପ୍ରଶାସନିକ ଡିନ୍ ଡ. ଏସ୍ ପି ନନ୍ଦ, ନିର୍ଦ୍ଦେଶକ ପ୍ରଶାସକଡ. ଦୁର୍ଗା ପ୍ରସାଦ ପାଢି, ଇଂରାଜୀ ବିଭାଗର ଏଚ. ଓ. ଡି ଡ. ପ୍ରଜନାପାଣି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ।ଆମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ପାରମ୍ପାରିକ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା।ପ୍ରଥମେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ସ୍କୁଲରପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ଭାଷଣ ଦେଇ ସେ ଶିକ୍ଷାବର୍ଷରେ ଉଭୟ ଏକାଡେମିକ୍ ଏବଂ ସହ-ପାଠ୍ୟକ୍ରମର ବିଭିନ୍ନ ଉଲ୍ଲେଖନୀୟ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ। ଶିଶୁର ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶକୁ ପୂରଣ କରିବା ପାଇଁ ସେ ବିଦ୍ୟାଳୟର ନିରନ୍ତର ଉଦ୍ୟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସ୍କୁଲର ଚଉଦ ଜଣ ଶିକ୍ଷକ ବିଦ୍ୟାଳୟରେ ଦୀର୍ଘ ଏବଂ ସମ୍ମାନଜନକ ସେବା ପାଇଁ ଏହି ଉତ୍ସବରେ ସମ୍ମାନିତ ହୋଇଥିଲେ। ୨୦୨୧-୨୨ ବର୍ଷର ଦଶମ ଶ୍ରେଣୀରେ ଗଜପତି ଜିଲ୍ଲାରେ ପ୍ରଥମ ଟପ୍ପର ଭାବେ ସ୍ଥାନ ଅଧିକାର କରିଥିବା ରାହୁଲ ଗୌଡ଼ ଓ ଦ୍ୱିତୀୟ ଟପ୍ପର ତନିଶା ପାତ୍ରଙ୍କୁ ପୁରସ୍କୃତ କରାଗଲା।ଏହି ଉତ୍ସବ ମୁଖରିତ ସନ୍ଧ୍ୟାରେ L.K.G ଏବଂ U.K.G ଛାତ୍ର ଛାତ୍ରୀଙ୍କ ଦ୍ଵାରା ‘ଛୋଟା ବଚା ଜାନେକ୍ ହମକୋ’ ଗୀତ ଉପରେ ଏବଂ ଏହିବର୍ଷ ଓସ୍କାର ଆୱାର୍ଡ଼ ପାଇଥିବା ନାଚୋ ନାଚୋ ଗୀତରେ ନୃତ୍ୟ କରିଥିବା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ତାଳେ ତାଳେ ଦର୍ଶକ ମଧ୍ୟ ଝୁମିବାକୁ ଲାଗିଲେ ।ସେହିପରି ନାରୀଶକ୍ତି ଉପରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ କରିବା ସହ ଅଖଣ୍ଡ ଭାରତ ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା। ପ୍ରାୟ ୨୫ଟି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ।ନାଚ ଗୀତର ମାହୋଲ ସାଥିରେ ବହୁ ମାତ୍ରାରେ ଦର୍ଶକ ଓ ଅଭିଭାବକ ଯୋଗ ଦେଇ ସନ୍ଧ୍ୟାଟିକୁ ଉତ୍ସବ ମୁଖରିତ କରିଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଚମତ୍କାର ପ୍ରଦର୍ଶନ ପାଇଁ ମୁଖ୍ୟ ଅତିଥି ଡ. ସୁପ୍ରିୟା ପଟ୍ଟନାୟକ ଗଭୀର କୃତଜ୍ଞତା ଜଣାଇଥିଲେ । ସ୍କୁଲର ସୁପରିଚାଳନା ନିମନ୍ତେ ଅନୁଷ୍ଠାନର ଗୁଣ ଗାନ କରିବା ସହ ସମସ୍ତ ବିଷୟରେ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ଆଗୁଆ ରହିଥିବାରୁ ଅଭିନନ୍ଦନ ଜଣାଇ ସମସ୍ତ ବିଦ୍ୟାର୍ଥୀଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଥିଲେ ।ସେହିପରି ସମ୍ମାନିତ ଅତିଥି ତଥା ଡ଼.ଅନୀତା ପାତ୍ର ମଧ୍ୟ ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ଦ୍ୱାରା କରାଯାଇଥିବା ଏହି ମହାନ ପ୍ରଦର୍ଶନ ତଥା କଠିନ ପରିଶ୍ରମ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ଏହି ବାର୍ଷିକ ଉତ୍ସବରେ ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବିତ ପାତ୍ର, ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରଦୀପ ପଣ୍ଡା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଆମନ୍ତ୍ରିତ ଅଭିଭାବକ ତଥା ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସମସ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ ସହ ଜାତୀୟ ସଙ୍ଗୀତର ଗାନ କରାଯାଇ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ