ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟରେ ଉତ୍କଳ କୃଷିମେଳା ଉଦ୍‌ଯାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟରେ ଦ୍ୱିତୀୟ ଓ ଅନ୍ତିମ ଦିନରେ “ଉତ୍କଳ କୃଷିମେଳା” ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୂସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୃଷି ଜାଗରଣ ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଏମ୍‌. ସିଡୋମିନିକ୍‌, ଭାଇସ୍ ଚାନସଲର ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟ୍ରାର ଡ. ଅନୀତା ପାତ୍ର, ଏମ୍‌.ଏସ୍‌. ସ୍ୱାମୀନାଥନ କୃଷି ବିଦ୍ୟାଳୟରଏଡମିନଷ୍ଟ୍ରେସନ ଡିନ୍ ଡ. ଏସ୍‌.ପି ନନ୍ଦ ଏବଂ ପ୍ରଶାସନିକ ନିର୍ଦ୍ଦେଶକ ଡ.ଦୁର୍ଗା ପ୍ରସାଦ ପାଢି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁଇ ଦିନିଆ କୃଷି ମେଳାରେ ପ୍ରାୟ ୨ହଜାରୁ ଅଧିକ ଚାଷୀ ଏବଂ କୃଷି ସହିତ ଜଡିତ ଅନୁଷ୍ଠାନର କର୍ମକର୍ତ୍ତାମାନେ ନୂତନ ଜ୍ଞାନ କୌଶଳରେ ପ୍ରୟୋଗ ବିଷୟରେ ଜାଣିପାରିଥିବାରୁ ମନ୍ତ୍ରୀ ଶ୍ରୀ ସାରକା ସନ୍ତୋଷ ବ୍ୟକ୍ତ କରି ଏହି ପ୍ରୟାସ ପାଇଁ ତାଙ୍କ ଅଭିଭାଷଣ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଥିଲେ । ଏହି ସଭାରେ ପ୍ରଗତିଶୀଳ କୃଷକ ଭାବରେ ପ୍ରଥମ ପୁରସ୍କାର ପାଇଥିବା ମୋହନାର ସାକାଲ ଏନ୍‌ଜିଓର ରଞ୍ଜନ କୁମାର ମିଶ୍ରିତ କୃଷି କରି ଲାଭବାନ ହୋଇଥିବାରୁ ଅନ୍ୟ କୃଷକ ଭାଇ ଭଉଣୀ ମାନଙ୍କୁ ଏହା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଦୟାନିଧି କରଜି, ପାରଳାଖେମୁଣ୍ଡିର ସିସିଡି ଏନ୍‌ଜିଓ, ପାତପାଟନମ୍‌ର ଏ.ସୂର୍ଯ୍ୟ ନାରାୟଣ ବ୍ରେଡସ ଏନ୍‌ଜିଓ ଯଥା କ୍ରମେ ଦ୍ୱିତୀୟ ଏବଂ ତୃତୀୟ ପ୍ରଗତିଶୀଳ କୃଷକ ଭାବେ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬୦ଟି ଷ୍ଟଲ ମଧ୍ୟରୁ ସର୍ବୋତ୍ତମ ଷ୍ଟଲ ଭାବରେ ଫସଲ ଶରୀର ବିଜ୍ଞାନ ଓ ବାୟୋ କେମେଷ୍ଟିର ବିଭାଗ (ହାଇଡ୍ରୋପୋନିକ୍ସ ଓ ଏରୋପୋନିକ୍ସ), ମତ୍ସ୍ୟ ବିଦ୍ୟାଳୟ ବିଭାଗ ଦ୍ୱିତୀୟ ସ୍ଥାନ ଏବଂ କୃଷି ଇଞ୍ଜିନିୟର ବିଦ୍ୟାଳୟ ବିଭଫାଗ ତୃତୀୟ ସ୍ଥାନରେ ମନ୍ତ୍ରୀ ଶ୍ରୀ ସାରକାଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଡ.ଏସ୍‌.ପି.ନନ୍ଦ ଉପସ୍ଥିତ ସମସ୍ତ ଅତିଥି ମହୋଦୟ, ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ, କୃଷକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ. ଚିତ୍ରସେନ ପାଢୀ, ଡ.ସିଦ୍ଧାର୍ଥ ଶର୍ମା, ଡ. ସୌରଭ ବର୍ମନ୍ ଏବଂ ଅନ୍ୟାନ୍ୟ ସହକାରୀ ଅଧ୍ୟାପକ ବିଭିନ୍ନ ଦାୟିତ୍ୱକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ