ସେବା ନିକେତନ ପକ୍ଷରୁ କମ୍ବଳ ବଣ୍ଟନ

ବାରିକପୁର,(ୱାଇଏନ୍ଏସ୍): ପବିତ୍ର ରାହାସ ପୂର୍ଣ୍ଣିମା ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକ କୋରିଗାଁ ଗ୍ରାମ ସ୍ଥିତ ଲଷ୍ମୀନାରାୟନ ମନ୍ଦିର ପରିସର ରେ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସୂର୍ଯ୍ୟମଣି ଇଚ୍ଛାମଣି ସେବା ନିକେତନ ସମ୍ପାଦକ ଆଇନଜୀବି ଲଷ୍ମୀନାରାୟନ ମହାପାତ୍ର ଓ ଆବାହକ ଆଇନଜୀବି ରବିନାରାୟନ ମହାପାତ୍ରଙ୍କ ପୌରହିତ୍ୟ ରେ ୬୦ ଜଣ ଅସହାୟ ବୃଦ୍ଧା ବୃଦ୍ଧ, ଅକର୍ମଣ୍ୟ,ଅନ୍ଧ,ମୁକ,ବଧିର ମାନଙ୍କୁ ପ୍ରସାଦ ସେବନ ସହ କମ୍ବଳ ଓ ମାସ୍କ ବଣ୍ଟନ କରାଯାଇଥିଲା।ଏଥିରେ ଅନୁଷ୍ଠାନ ର ସଦସ୍ୟ ସାମାଜିକ କର୍ମୀ ଜିତେନ୍ଦ୍ର ନାରାୟଣ ମହାପାତ୍ର,ଦେବପ୍ରସନ ମହାପାତ୍ର,ପର୍ଶୁରାମ ଶଙ୍ଖୁଆ,ପ୍ରତାପ ବେହେରା, ମନ୍ଦିର ପୁରୋହିତ ସସଧର ତ୍ରିପାଠୀ ଓ ସୁକଦେଵ ଚନ୍ଦ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ