ସେସୁ ବିକ୍ରିକୁ ନେଇ ନାଉଗାଁରେ ବିରୋଧ

ନାଉଗାଁ, (ଓ୍ବାଇଏନ୍ଏସ୍): ବିଦ୍ୟୁତ ବିଭାଗ ସେସୁକୁ ଟାଟା କମ୍ପାନୀକୁ ବିକ୍ରି କରାଯାଇଛି । ସରକାରଙ୍କ ନିଷ୍ପତିକୁ ବିରୋଧ କରି ସୋମବାର ଏସ.ୟୁ.ସି. ଆଇ(କମ୍ୟୁନିଷ୍ଠ) ପକ୍ଷରୁ ୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ନାଉଗାଁ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ଘରୋଇ କରଣ ବାତିଲ କରି ବିଦ୍ୟୁତ ବିଭାଗକୁ ସରକାରୀକରଣ କରିବା, ଟାଟା କମ୍ପାନୀକୁ ବିକ୍ରି ବନ୍ଦ କରିବା ଏବଂ ଲକଡାଉନ ପିରିୟଡ ୩ ମାସର ବିଦ୍ୟୁତ ଶୁଳ୍କ ଉପଭୋକ୍ତାଙ୍କୁ ଛାଡ କରିବା ଆଦି ଦାବିପତ୍ର ପଦାନ କରାଯାଇଛି । ଏହି ବିରୋଧ ପ୍ରଦର୍ଶନରେ ଜିଲ୍ଲା ସମ୍ପାଦକ ସୁବାସ ସ୍ୱାଇଁ, ଆଂଚଳିକ କମିଟି ସମ୍ପାଦକ ମହେଶ୍ୱର ଦାସ, ବସନ୍ତ ମଲ୍ଲିକ, ରଘୁନାଥ ଦାସ, ବଂଶୀଧର ବେହେରା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ