ସୋରଡା ବ୍ଲକ ଘେରାଓ କଲା କଂଗ୍ରେସ

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ବ୍ଲକ କଂଗ୍ରେସ ଦ୍ଵାରା ଆଜି ବ୍ଲକ ଘେରାଓ କରଯାଇଅଛି। ରାଜ୍ୟ କଂଗ୍ରେସ ର ନିଷ୍ପତି କ୍ରମେ ଆଜି ସାରା ରାଜ୍ୟ ରେ କଂଗ୍ରେସ ତରଫରୁ ବଳ୍କ ଘେରାଓ କରାଯାଇଛି ଏହି ପରିପ୍ରେଖି ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ତତ୍ବାବଧାନ ରେ ଆଜି ବ୍ଲକ ସଭାପତି ହରିକୃଷ୍ଣ ରଥ ଙ୍କ ନେତୃତ୍ଵ ରେ ଆଜି ଶତାଧିକ କଂଗ୍ରେସ କର୍ମୀ ଆଜି ଏକ ଶୋଭାଯାତ୍ରା ରେ ବାହାରି ବଳ୍କ କାର୍ଯ୍ୟଳୟରେ ପହଞ୍ଚି ରାଜ୍ୟପାଳ ଙ୍କ ସକାଶେ ସୋରଡା ବି ଡି ଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜି କଂଗ୍ରେସ କର୍ମୀ ମାନେ ବ୍ଲକ ସମୁଖ ରେ ରାଜ୍ୟସରକାର ଙ୍କ ବିରୋଧରେ ଦୃନୀତି ଅଭିଯୋଗ ଆଣି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଓଡିଶା ରେ ବ୍ୟାପକ ପିସି କାରବାର, ଆବାସ ଯୋଜନା ବଣ୍ଟନ ରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା,ଚାଷୀମାରଣ ନୀତି,ଖାଉଟି ବିରୋଧୀ ବିଜୁଳି ନୀତି ବିରୋଧରେ ନାରାବାଜି କରିଥିଲେ। ଏହି ପରିପ୍ରେଖି ରେ ସୋରଡା ବ୍ଲକ ରେ ହେଉଥିବା ଦୁର୍ନୀତି କୁ ମଧ୍ୟ ବିରୋଧ କରିଥିଲେ। ସୋରଡା ବ୍ଲକ କଂଗ୍ରେସ ସଭାପତି ହରିକୃଷ୍ଣ ରଥ ଙ୍କ ନେତୃତ୍ବରେ,ଦିଲୀପ ସୁଆର, ବୁଦ୍ଧଦେବ ମଲ୍ଲିକ, ବିନାୟକ ଗୌଡ, ଅଭିଷେକ ଦଳବେହେରା, ସିମୀୟ ଶବର ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ସୋରଡାଥାନା ଅଧିକାରୀ ଅନିଲ କୁମାର ପରିଡା ଙ୍କ ନେତୃତ୍ବର ଆବଶ୍ୟକ ପୋଲିସ କର୍ମୀ ମୁତୟନ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ