କୁକୁଡାଖଣ୍ଡି କଂଗ୍ରେସର ବ୍ଲକ ଘେରାଉ

କୁକୁଡାଖଣ୍ଡି, (ଯୁଗାବ୍ଦ ନ୍ୟୁଜ):କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି. ଶିବ ପ୍ରସାଦ ଦୋରାଙ୍କ ନେତୃତ୍ୱ ରେ ନଅ ଦଫା ବିଭିନ୍ନ ଦାବି ନେଇ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟପାଳ ଙ୍କ ଉଧେଶ୍ୟ ରେ କୁକୁଡାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ..ବ୍ଲକ ଗୁଡିକ ରେ ଚାଲିଥିବା ୧୫ ୫୦ ପ୍ରତିଶତ ପ୍ରଯ୍ୟନ୍ତ ପିସି ବନ୍ଦ କରିବା, ବର୍ତମାନ ଯେଉଁ ୫୦ଲକ୍ଷ ଟଙ୍କା ନିଷ୍ପତି ମୁତାବକ ପାରିତ ହୋଇ ପଂଚାୟତ ରେ ଖର୍ଚ୍ଚ କରାଯାଉ, ଖାଲି ପଡ଼ିଥିବା ୨,୨୬,୫୫୯ ଟି ପଦବୀ ପୂରଣ କରିବା ସହ ସମସ୍ତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ସହ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ, ପେଟ୍ରୋଲ, ଡିଜେଲ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ବନ୍ଦ କରିବା, ଲୋ ଭୋଲ୍ଟେଜ, ପାୱାର କାଟ, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା, ଟାଟା କମ୍ପାନୀ ର ଖାଉଟି ମାରାଣ ନୀତି କୁ ବନ୍ଦ କରିବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହ ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଚୟନ ବେଳେ କୌଣସି ପ୍ରିୟପ୍ରିତି ତୋଷଣ କରାନଯାଉ, ରାଜ୍ୟର ପ୍ରକୃତ ବାସହୀନ ହିତାଧିକାରୀ ଙ୍କୁ ଆବାସ ଯୋଜନା ରେ ସାମିଲ କରାଯିବା କୁ କଂଗ୍ରେସ ଦାବି କରିଛି.. ବ୍ଲକ ଘେରାଉ ସମୟରେ କଂଗ୍ରେସ ର ବରିଷ୍ଠ ନେତା ସାକା ସୁଜିତ, ଅଦଲ ଭରତ,ଅଜିତ ନାୟକ, ବାବୁ ଗୌଡ଼,ରାମକୃଷ୍ଣ ନାହାକ, ମୁନା ଗୌଡ଼, ଶଙ୍କର ବିଶୋଇ,ବାବୁ ଗୌଡ଼,କ୍ରିଷ୍ଣା ଜେନା,ପ୍ରେମ ନାୟକ, କୋରା ରାଉଳ ଙ୍କ ସହ ବହୁତ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ