ସୋସିଆଲ ମିଡିଆର ବହୁଳ ବ୍ୟବହାର କରିପାରେ ମାନସିକ ରୋଗୀ
ନୂଆଦିଲ୍ଲୀ : ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ଅଧିକାଂଶ ଲୋକେ ବହୁଳ ମାତ୍ରାରେ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ)ର ବ୍ୟବହାର କରୁଥିବା ଦେଖାଯାଉଛି । ସାଧାରଣତଃ ଲୋକମାନେ ହ୍ୱାଟ୍ସଆପ୍, ଫେସବୁକ, ଟିକଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ମୋବାଇଲ ଆପର ବହୁଳ ବ୍ୟବହାର କରୁଛନ୍ତି । ଏହି ଆପ୍ଗୁଡିକ ମାଧ୍ୟମରେ ଫଟୋ ଏବଂ ଭିଡିଓ ସେୟାର କରିବା ବହୁତ ସହଜ ହେଉଛି । ଯେଉଁଥିପାଇଁ ଅଧିକାଂଶ ଲୋକେ ଏହି ଆପ୍କୁ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି ଅତ୍ୟଧିକ ମାତ୍ରାରେ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ବା ଏହିଭଳି ଆପ୍ଗୁଡିକର ବହୁଳ ବ୍ୟବହାର ଆପଣଙ୍କୁ ଭବିଷ୍ୟତରେ ମାନସିକ ରୋଗର ଶିକାର କରିପାରେ । ଯଦି ଜାଣିନାହାନ୍ତି ତେବେ ଜାଣି ରଖନ୍ତୁ ଏହି ଆପ୍ର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଭବିଷ୍ୟତରେ ମାନସିକ ରୋଗୀ କରିପାରେ । ରିପୋର୍ଟ ଅନୁସାରେ, ଯେଉଁ ବ୍ୟକ୍ତି ଅଧିକାଂଶ ସମୟ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ର ବ୍ୟବହାର କରିଥାନ୍ତି, ସେମାନେ ମାନସିକ ରୋଗଗ୍ରସ୍ତ ହୋଇପାରନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି କ୍ରମାଗତ ଏକ ଘଣ୍ଟାରୁ ଅଧିକ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି ସେମାନେ ଖୁବଶୀଘ୍ର ମାନସିକ ରୋଗାଗ୍ରସ୍ତ ହୋଇଯିବେ । ଏମ୍ସର ଡାକ୍ତର ଯତନ ପାଲଙ୍କ କହିବା ଅନୁସାରେ, ୱେବ ସିରିଜ, ଗେମ ଭଳି ଆପ୍ଗୁଡିକ ଯେଉଁ ଆପ୍ରୁ ପଇସା ରୋଜଗାର କରିହେଉଛି ସେହିଭଳି ଆପ୍ ଲୋକମାନଙ୍କୁ ଅଧିକ ରୋଗଗ୍ରସ୍ତ କରୁଛି । ଏହା ଦ୍ୱାରା ଲୋକମାନେ ଅବସାଦ ଏବଂ ସ୍ମୃତିହିନତା ଭଳି ରୋଗର ଶିକାର ହୋଇଥାନ୍ତି । ବିଶେଷକରି ଅଧିକାଂଶ ୧୪ବର୍ଷରୁ ୨୪ବର୍ଷ ମଧ୍ୟ ଯୁବକ-ଯୁବତୀ ମାନସିକ ରୋଗର ଶିକାର ହେଉଥିବା ଦେଖାଯାଉଛି ।


