ସ୍ଥିତି ପରଖିଲେ ବିଜେପି ଟିମ୍
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ସ୍ଥିତ ପଢ଼ିଆରୀ ବିଦ୍ୟାପୀଠ ଗୃହ ଛାତ ରୁ ପ୍ଲାଷ୍ଟର ଖସି ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସି ଆର ସି ସି ତ୍ରିଲୋଚନ ବେହେରା ଗୁରୁତର ଆହତ ହେବା ଘଟଣା କୁ ବିଜେପି ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ରାଜ୍ୟ ବିଜେପି ର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଠାରେ ପହଞ୍ଚି ସ୍ଥିତି ପରଖିବା ସହିତ ଆହାତ ଶିକ୍ଷୟତ୍ରୀ ଶ୍ରୀମତୀ ସେନାପତି ଙ୍କୁ ତାଙ୍କ ବାସଭବନ ରେ ସାକ୍ଷାତ କରି ତାଙ୍କ
ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ ବିଜେପି ରାଜ୍ଯ ମୁଖପାତ୍ର ତେଜେଶ୍ୱର ପରିଡ଼ା,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୁର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ପୁର୍ବତନ ବିଧାୟକ ବାଇଧର ମଲ୍ଲିକ,ରତିକାନ୍ତ ବେହେରା ଙ୍କ ସହିତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ମାନେ ଗ୍ରସ୍ତ କରିଥିଲେ। ଫାଇବ ଟି ଯୋଜନା ରେ ଏହି ବିଦ୍ୟାଳୟ ରେ ହୋଇଥିବା ସମସ୍ତ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ନେତା ମାନେ ଦାବୀ କରିଥିଲେ।


