ସ୍ନାତକ ମହାବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): କ୍ଷତ୍ରିୟବରପୁର ଆଂଚଳିକ ସ୍ନାତକ ମହାବିଦ୍ୟାଳୟରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଯୁବ ରେଡ୍କ୍ରସ ,ଜାତୀୟ ସେବା ସଂସ୍ଥା ,ଏବଂ ଗାଙ୍ଗପୁର ପୋଲିସ ମିଳିତ ଭାବରେ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭଂଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୁଭ୍ରାୁଂଶୁ ଶେଖର ମିଶ୍ର, ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ସହ କିପରି ନିଜକୁ ସୁରକ୍ଷିତ ରଖିପାରିବା ସେ ବିସୟରେ ଆଲୋକପାତ କରିବା ସହ ମୋଟର ଯାନ ନିୟମକୁ ଅବମାନନା କରୁଥିବା ବ୍ୟକ୍ତି ବିରୋଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିଜର ବକ୍ତବ୍ୟରେ ସୂଚନା ସଚେତନତା କରାଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ତତ୍ୱାବଧାନରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସଡକ ସୁରକ୍ଷା ରାଲିର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ହାତରେ ପ୍ଲାକାର୍ଡ ଧରି ସଡକ ସୁରକ୍ଷା ସଚେତନତାର ନାରା ଦେଇ ସହର ସାରା ପରିକ୍ରମା କରିବା ସହ ଶେଷରେ ମହାବିଦ୍ୟାଳୟ ସାମ୍ନାରେ ପହଞ୍ଚି ଗାଡି ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ମିଷ୍ଟାନ୍ନ ଖୁଆଇ ସଚେତନତା କରାଇଥିଲେ । ଉକ୍ତ ରାଲିରେ ଗାଙ୍ଗପୁର ଥାନା ଅଧିକାରୀ ପରିବହନ କାର୍ଯ୍ୟାଳୟର ଏମ୍ ଭି ଆଇ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ,ଆଚଳିକ ବି ।ନ ମହାବିଦ୍ୟାଳୟର ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମହାନ୍ତି ,ଗୋବରା ମହାବିଦ୍ୟାଳୟର ଅଧକ୍ଷା ମାମା ପରିଡା,ଗୋବରା ବିଶ୍ୱଭାରତୀ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ କୁଞ୍ଜବିହାରୀ ନାୟକ , ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଆଂଚଳିକ ବି ।ନ ମହାବିଦ୍ୟାଳୟର ବି ଗୋବିନ୍ଦ ରାଓ ,ପରିଚାଳନା କରିଥିବା ବେଳେ ଯୁବରେଡ୍କ୍ରସ ଉପଦେଷ୍ଟା ଡକ୍ଟର ସଂଜୀବ କୁମାର ଦାଶ, ଡକ୍ଟର ଗିରିଧର ନାୟକ ,ଡକ୍ଟର ରବିନାରାୟଣ ପାତ୍ର, ସୁଦର୍ଶନ ମହାପାତ୍ର,ରାମଚନ୍ଦ୍ର ମହାନ୍ତି ,ରଂଜିତ କୁମାର ଦାଶ, ଅନିଲ ସ୍ୱାଇଁ , ଶ୍ରୀନିବାସ ସ୍ୱାଇଁ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।


