ନାଉଗାଁରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକର ବିଭିନ୍ନ ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା କନିଷ୍ଠ ମହାବିଦ୍ୟାଳୟରେ ଏନଏସଏସ ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ ଉପଲକ୍ଷେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶୋଭାଯାତ୍ରାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧିକାରୀ ଲେଙ୍କା ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏଥିରେ ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇ ସାଧାରଣ ଜନତାକୁ ସ୍ୱାସ୍ଥ୍ୟ ସଂପର୍କିତ ବାର୍ତା ଯଥା ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ, ଯୋଗ ଓ ଶାରିରୀକ ପରିଶ୍ରମ ଆଦି ସଂର୍ପକରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରତାପ କୁମାର ମିଶ୍ର ଓ ଯୁବ ରେଡକ୍ରସ ସଂଯୋଜକ ଧିରେନ କୁମାର ପତି ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିରଂଜନ ବିଶ୍ୱାଳ,ସନ୍ତୋଷ କୁମାର ଆଚାର୍ଯ୍ୟ, ଗରିଧାରୀ ଖଟୁଆ, ଅଧ୍ୟାପିକା ଅନୁସୟା ଲେଙ୍କା, ଲିପ୍ସାରଣୀ ଦାଶ, ରିତେଶ ନାୟକ, ଆଲୋକ କୁମାର ସାହୁ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଚାଇନା ପ୍ରଧାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ସାମିଲ ହୋଇ ସ୍ୱାସ୍ଥ୍ୟ ସଂପର୍କିତ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେନତ କରାଇଥିଲେ । ସେହିପରି ନେହୁରୁ ଯୁବ କେନ୍ଦ୍ର ଓ ସ୍ୱେଛାସେବୀ ସଂଗଠନ ସୋସିଆଲ ମିଶନ ୱାଲର୍ଡର ମିଳିତ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରର ଏନୱାଇସି ନୃସିଂହ ମହାରଣା, ମନସ୍ୱିନୀ ନାୟକ, ସୋସିଆଲ ମିଶନ ୱାଲର୍ଡର ନିର୍ଦ୍ଦେଶକ ସବେଶ୍ୱର୍ର ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ