ସ୍ବାମୀର ସନ୍ଧାନ ପାଇଁ ପ୍ରମିଳା ତ୍ରିପାଠୀଙ୍କ ସହ ପାଟପୁର ଥାନାରେ ପତ୍ନୀର ଏତାଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳର ଜଣେ ବିବାହିତା ଝିଅ ନିଜ ସ୍ୱାମୀକୁ ପାଇବା ପାଇଁ ଥାନାରେ ଏତଲା ଦେଇଥିବା ବେଳେ ସର୍ବଦା ଚର୍ଚ୍ଚାରେ ରହୁଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ବିବାହିତା ଝିଅ ସହ ପାଟପୁର ଥାନାକୁ ଆସି ଏହି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ନୀଳାଞ୍ଚଳ ମହାନ୍ତିଙ୍କ ଝିଅ ସନ୍ଧ୍ୟାରାଣି ମହାନ୍ତି ୧୯ ଡେଙ୍ଗାଡି ଗ୍ରାମର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନଙ୍କ ବିବାହ ସ୍ଥିର ସହ ଉଭୟ ପରିବାରର ଭାତଖିଆ ଗତ ଜୁନ ୧୬ ରେ ହୋଇଥିଲା ଓ ଅଗଷ୍ଟ ୨୫ ରେ ଆସିକା ଖମ୍ବେଶ୍ୱରୀ ମନ୍ଦିରରେ ବିବାହ ସହ ନୋଟାରିରେ ବିବାହ ପଞ୍ଜିକରଣ ହୋଇଥିଲା ଉଭୟେ ସନ୍ଧ୍ୟା ଓ ପିଣ୍ଟୁ ଦୈହିକ ସମ୍ପର୍କ ରଖିବା ସହ ମିଶି ରହୁଥିଲେ ତେବେ ଶ୍ଵଶୁର ଦେଢ଼ଶୁର ଦିଅର ସମେତ ଶାଶୁଘର ଲୋକେ ସ୍ୱାମୀ ପିଣ୍ଟୁ କୁ ମାଡ଼ ମାରି ଉଠାଇନେଇ ଅନ୍ୟତ୍ର ରଖିବା ସହ ସନ୍ଧ୍ୟାଙ୍କୁ ମଧ୍ଯ ଶାରୀରିକ ଅତ୍ୟାଚାର କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ନିଜ ସ୍ବାମୀଙ୍କ ସୁରକ୍ଷିତ ସନ୍ଧାନ ସହ ସ୍ବାମୀଙ୍କୁ ନିଜ ପାଖକୁ ଫେରାଇବା ପାଇଁ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ଆଶ୍ରୟ ନେଇ ଥାନା ରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାକୁ ଗୁରୁତ୍ବ ଦେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜଣା ପଡ଼ିଛି।


