ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶନିବାର ଦିନ କଳସ ଯାତ୍ରା ଓ ଅଙ୍କୁର ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଏହି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ନାମଯଜ୍ଞ, ଘୃତଯଜ୍ଞ, ଜ୍ଞ୍ୟାନଯଜ୍ଞ, ଗୋ-ଯଜ୍ଞ ଓ ଅନ୍ନଯଜ୍ଞ ଏହିପରି ପଞ୍ଚଯଜ୍ଞ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଅଛି।ବୁଧବାର ଦିନ ଠାକୁରମାନଙ୍କୁ ମନ୍ଦିରରେ ସ୍ଥାପନ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଗୁରୁବାର ଦିନ କାର୍ଯ୍ୟକ୍ରମ ସମାପ୍ତ ହେବା ଜଣାପଡିଛି।


