ସ୍ଵଛ ବାୟୁ ଦିବସ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନୀଳ ଆକାଶ ନିମନ୍ତେ ସ୍ଵଛ ଵାୟୁ ଦିବସ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସ୍ଵାସ୍ଥ୍ୟ କେନ୍ଦ୍ର ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଵା କାର୍ଯ୍ୟକ୍ରମରେ ଶିଶୁ ରୋଗ ବିଶେଷଜ୍ଞ ତଥା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ ଯୋଗଦେଇ ପ୍ରାଣୀ ଜଗତ ପାଇଁ ବାୟୁର ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଵିଶେଷ କରି ଗୋଟିଏ ସୁସ୍ଥ ପରିବେଶ ଓ ଜଣେ ସୁସ୍ଥ ମଣିଷ ପାଇଁ ସ୍ଵଛ ଵାୟୁ ଅପରିହାର୍ଯ୍ୟ ବୋଲି ଡାକ୍ତର ସ୍ଵାଇଁ ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଆଦିତ୍ୟ କୁମାର ସାହୁ,ପିଏଚଓ ସୁରେଶ କୁମାର ପ୍ରଧାନ, ଫାର୍ମାସୀ ପଙ୍କଜ କୁମାର ଵେହେରା ଏଥିରେ ଯୋଗଦେଇ ସ୍ଵଛ ଵାୟୁ ଵିଷୟରେ ଵିଭିନ୍ନ ବକ୍ତବ୍ୟ ରଖିଥିଲେ।ମେଡିକାଲ କର୍ମଚାରୀ ଓ ଆଶା ଦିଦି ମାନେ ଏଥିରେ ଉପସ୍ଥିତ ଥିଲେ।


