ସାର ଟ୍ରକ ଧକ୍କାରେ ଗାଈ ମୃତ, ମହିଳା ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଜଣେ ନିଶାଶକ୍ତ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ଗୋଟିଏ ଗାଈର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ରାଢୋ ପୋଖରୀଆଡ଼ି ଛକ ଠାରେ। ପ୍ରାପ୍ତ ସୂଚନା ଅନୁଯାୟୀ ଓଆର୨୨ଏ ୩୦୭୭ଟ୍ରକଟି ଦିନ ପ୍ରାୟ୨ଟା ବେଳେ ସାର ବୋଝେଇ କରି ଭଣ୍ଡାରିପୋଖରୀ ପଟୁ ରହଣିଆ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ରାଢୋ ଗ୍ରାମର ସୁରେନ୍ଦ୍ର ନାୟକଙ୍କ ପତ୍ନୀ ଉର୍ମିଳା ଗାଈକୁ ଚାରଣ ଭୂଇଁରୁ ଧରି ଘରକୁ ଆସୁଥିବା ବେଳେ ସାର ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଅଟୋ ଯୋଗେ ଗାଈଟିକୁ ଭଣ୍ଡାରିପୋଖରୀ ପଶୁ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ବରଣ କରିଥିଲା। ମହିଳା ଜଣକ ମଧ୍ୟ ଗୁରୁତର ହୋଇ ଏବେ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ନିଶାଶକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟ୍ରକରେ ସାର ଆଣିଥିବା ବ୍ୟବସାୟୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।


