ସ୍ଵର୍ଣ୍ଣମୟୀ ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌): କୋଦଳା ସ୍ଵର୍ଣ୍ଣମୟୀ ହାଇସ୍କୁଲର ୨୦୧୦ ମସିହା ବ୍ୟାଚ୍ ପୁରାତନ ଛାତ୍ର ମାନଙ୍କର ବନ୍ଧୁ ମିଳନ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି  । ପୁରାତନ ଛାତ୍ର ସାମ୍ବାଦିକ ତଥା ସମାଜସେବୀ ଜଗନ କୁମାର ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୩୦ରୁ ଅଧିକ ଛାତ୍ର ଯୋଗ ଦେଇଥିଲେ । ସ୍ଥାନୀୟ ମାରୁଡିଘାଇ ଡ୍ୟାମ ନିକଟରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ  ୨୦୧୦-୨୦୧୧ ମସିହା ସ୍ଵର୍ଣ୍ଣମୟୀ ହାଇସ୍କୁଲରେ ପଢ଼ିଥିବା ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ । ଉକ୍ତ ସଭାରେ ପୁରାତନ ଛାତ୍ରମାନେ ନିଜର ପୁରୁଣା ଦିନର ଅଭୁଲା ଅନୁଭୂତି ବର୍ଣ୍ଣନା କରିବା ସହିତ ପରସ୍ପର ସୁଖ ଦୁଃଖର ଭାବ ଆଦାନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସ୍ଵର୍ଣ୍ଣମୟୀ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଶିକ୍ଷକମାନେ ମଞ୍ଚାସିନ ଥିଲେ l ଏପରି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ବଞ୍ଚାଇ ରଖିବା ପାଇଁ ଶିକ୍ଷକ ମାନେ ବକ୍ତବ୍ୟ ରଖିଥିଲେ l ଛାତ୍ରମାନେ ନିଜ ନିଜର ମନକଥାକୁ ସଭାରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଉପସଭାପତି ପଞ୍ଚାନନ ବେହେରା, ସାଗର ନାହାକ, କାହ୍ନୁ ମୁନି, ନୀଳାଞ୍ଚଳ ଗୌଡ଼, ସୁଭାଶିଷ ଡାକୁଆ ବାବୁଲା ମୁଦୁଲି, ରାଜୀବ ମୁନି, ତୀର୍ଥ ପ୍ରଧାନ, ପ୍ରମୋଦ ମହାରଣା, ଅମର ବିଶ୍ୱାଳ, କାଳୁ ଜେନା, ରାମାନନ୍ଦ ମିଶ୍ର, ଗୋପାଳ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ