ମୋଦିଙ୍କ ଠାରୁ ସମ୍ବର୍ଦ୍ଧିତ ହେବେ ମୈାସୁମୀ
ଶେରଗଡ,(ଯୁଗାବ୍ଦ ନ୍ୟୁଜ,ଦେବୀ ପ୍ରସାଦ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସୋମବାର ୧୧ ଟା ସମୟରେ ଯୋଗଦେବେ ଶେରଗଡର ଛାତ୍ରୀ ମୈାସୁମି । ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମୈାସୁମି ଏହି ବିଷୟରେ ସ୍କୁଲ ଶିକ୍ଷକଙ୍କ ଠାରୁ ଅବଗତ ହେବା ପରେ ଛାତ୍ରୀ ମୈାସୁମୀ ଗତ ଡିସେମ୍ବର ୧୨ତାରିଖରେ ଏକ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଓଡିଶାରୁ ୨୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ ଶେରଗଡରୁ ମୈାସୁମି ଜାନୀ ମନୋନୀତ ହୋଇଛନ୍ତି । ସୋମବାର ଦିଲ୍ଲୀର ତାଲକୋଟାର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।


