ସ୍ୱଚ୍ଛ ଇନ୍ଧନଗ୍ୟାସ ବ୍ୟବହାରର ସଚେତନତା ପାଇଁ ସାଇକେଲ ଯାତ୍ରା

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ସବୁଜ ଏବଂ ସ୍ୱଚ୍ଛ ଇନ୍ଧନଗ୍ୟାସ ବ୍ୟବହାରର ସଚେତନତା ପାଇଁ ଆଜି ପାରଳାଖେମୁଣ୍ଡି ସହରରେ ସାଇକେଲ ର‌୍ୟାଲି ଆୟୋଜିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ସ୍ୱଚ୍ଛ ଇନ୍ଧନଗ୍ୟାସ ବ୍ୟବହାର ଦ୍ୱାରା ସାଧାରଣ ବିପଦ ମୁକ୍ତ ରହିବା ସହ ପରିବେଶରେ କୌଣସିି ପରିବର୍ତ୍ତନ ଘଟିବ ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୁରକ୍ଷା ଓ ପରିବେଶକୁ ରକ୍ଷା କରିବାପାଇଁ ସ୍ୱଚ୍ଛ ଇନ୍ଧନଗ୍ୟାସ ବ୍ୟବହାର ଆବଶ୍ୟକ ବୋଲି ପ୍ରକାଶ କରି ସାଇକେଲ ର‌୍ୟାଲିକୁ ଆନୁଷ୍ଠାନିକ ଭାବେ ସବୁଜପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ର‌୍ୟାଲି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ଅର୍ବାନ ବ୍ୟାଙ୍କ ପାର୍କରୁ ବାହାରିଥିଲା । ମିନିଷ୍ଟର ଅଫ ପେଟ୍ରୋଲିୟମ ଆଣ୍ଡ ନେଚ୍ୟୁରାଲ ଗ୍ୟାସ ତରଫରୁ ଏହାର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ