ବିଷ୍ଣୁ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ପୂଜନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡାସ୍ଥିତ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପରିସରରେ ମହାକାଳପଡା ବ୍ଲକ ଅନ୍ତର୍ଗତ ଅନ୍ଦୂଳୀ ବିଷ୍ଣୁ ପ୍ରସାଦ ଉଚ୍ଚ ବିଦ୍ୟାଳୟର ୨୦୦୪ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଗୁରୁପୂଜନ କାର୍ଯ୍ୟକ୍ରମରେ ଅନ୍ଦୂଳୀ ବିଷ୍ଣୁ ପ୍ରସାଦ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରାଯାଇ ଗୁରୁପୂଜନ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ ସହିତ ସେମାନଙ୍କ ଠାରୁ ଆଶ୍ରିର୍ବାଦ ଭିକ୍ଷା କରାଥିଲା । ଏହି ଅବସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସାମାଜିକ ଚଳଣୀ, ପରମ୍ପରା ଓ ପ୍ରକୃତି ସମ୍ବନ୍ଧରେ ଏବଂ ସୁସ୍ଥ ସମାଜ ଗଠନ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ପୁରାତନ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସମେତ ୨୦୦୪ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।


