ସ୍ୱେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ବୃକ୍ଷରୋପଣ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ପୋଡ଼ିଙ୍ଗି ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ କେନ୍ଦ୍ର ଅନୁଷ୍ଠାନ ପକ୍ଷରୁ ରବିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଷର ସୁରକ୍ଷା ଏବଂ ଜନସଚେତନତା ସକାଶେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ ରାସ୍ତା ଠାରୁ ୫୯ ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷରୋପଣ କରାଯିବା ସହ ଅନୁଷ୍ଠାନର ସଭ୍ୟ ମାନେ ବୃକ୍ଷର ଯତ୍ନ ନେବା ସକାଶେ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା କିରଣ କୁମାର ପାଢି, ସମ୍ପାଦକ ସଂଜୟ କୁମାର ପଣ୍ଡାଙ୍କ ସମେତ ହିଂଜିଳିକାଟୁ ପୌରାଂଚଳ ତ୍ରିରଙ୍ଗା ଯୁବକ ସଙ୍ଘର ସଭାପତି ରଂଜନ କୁମାର ସାହୁ, କିଶାନ କୁମାର ପାତ୍ର, ଚିମନ ସାହୁ, ପ୍ରଭାତ ମହାରଣା, ପ୍ରଭୁଦତ ପାତ୍ର, ଆକାଶ ପଟ୍ଟନାୟକ, କରୁଣାକର ବାଡ଼ତ୍ୟା, ହରପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭବାନି ପାତ୍ର, ଦୀପକ ଗୌଡ଼, ବିଚିତ୍ର ବେହେରା, ଜଗନ୍ନାଥ ଗୌଡ଼, ବଳରାମ ଗୌଡ଼, କଂଗ୍ରେସ ଗୌଡ଼, ସୁଧିର ସାହୁ, ନରହରି ବେହେରା, କାହ୍ନୁ ଗୌଡ଼, ଶ୍ରୀକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


