ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ବିକାଶ ଶିବିର
ପାରଳାଖେମୁଣ୍ଡି,(ତାରିିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ଏକ ନେତୃତ୍ୱ ବିକାଶ ଶିବିର “ଗଡସ” ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ନାବାର୍ଡ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଗନ୍ନାଥ ପୁର ଗ୍ରାମ ଠାରେ ଏକ ଦକ୍ଷତା ତାଲିମ ଦିଆଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାଇକ ଏବଂ ଆର୍ସେଟି ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ଓ ତାଲିମ ଦାତା ଭାବେ ସୋମନାଥ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ଆଦର୍ଶ ଦଳ ପାଇଁ କିପରି ପରିଚାଳନା କରିବା ଆବଶ୍ୟକ ସେଥିପାଇଁ ୧୦ ସୂତ୍ରୀ ନିୟମ ଦଳର ସଭ୍ୟାମାନଙ୍କ ଆର୍ଥିକ ବୃଦ୍ଧି ହେବାପାଇଁ ବିଭିନ୍ନ ଆୟ ଭିତିକ କାର୍ଯ୍ୟକ୍ରମ କିପରି ସାମିଲ ହୋଇପାରିବ ସେ ବିଷୟରେ ତାଲିମ ଦିଆଯାଇଥିଲା । ଦଳ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କେ ବୁଝା ଯାଇଥିଲା । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।


