ହଦଗଡ ନୋବାଦୟ ବିଦ୍ୟାଳୟ ପରିଦର୍ଶନ କଲେ ସହକାରୀ କମିସନର
ହାଟଡିହି, (ବିକାଶ ବିଶ୍ୱାଳ ) : ନବୋଦୟ ବିଦ୍ୟାଳୟ ସମିତି ଭୋପାଳର ଆସିଷ୍ଟାଣ୍ଟକମିସନର ନିଲମ ପାନୀ ହାଟଡିହି ବ୍ଲକ ହଦଗଡ ଠାରେ ଥିବା ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ସମୟରେ ଭିଏମସିର ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ନବୋଦୟ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷକରି ବିଦ୍ୟାଳୟ ଚାରିପାଖେ ସୁୁଉଚ୍ଚ ପାଚେରୀ ସହିତ ତାରଜାଲି ଦେବା, ପାନୀୟ ଜଳ ସମସ୍ୟା ସୃଷ୍ଟଠ ହେଉଥିବାରୁ ଅନ୍ୟ ଗୋଟିଏ ହଜାରେ ଫୁଟ ଗଭୀରର ବୋରୱେଲ ନିର୍ମାଣ, ପ୍ରତ୍ୟେକ ହଷ୍ଟେଲ ପରିସରରେ ଛାତ୍ରଛାତ୍ରୀ ମାନେ ଥଣ୍ଡାଜଳ ପାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ଦୁଇଲକ୍ଷ ଟଙ୍କାର ଅନୁଦାନକୁ ଅନୁମୋଦିତ କରିଥିଲେ । ବାଳକ ଓ ବାଳିକାଙ୍କ ଭୋଜନାଳୟ ଆଧୁନିକ କରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଦ୍ୟାଳୟର ଛାତ୍ରୀମାନେ ହଦଗଡ ମୁଖ୍ୟ ରାସ୍ତାପାର ହୋଇ ଯିବା ଆସିବା କରୁଥିବାରୁ ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଗୋଟିଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଭିଏମସି ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ । ଏହି ସମୟରେ ହଦଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକଣ୍ଡନ, ଉପାଧ୍ୟକ୍ଷ ଉପେନ୍ଦଅ ନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


