ହାଇକୋର୍ଟ ସ୍ଥଗିତାଦେଶ ଉଠିବା ପରେ ଗ୍ରାସୀମ ଇଣ୍ଡୋଷ୍ଟିଜର ନିର୍ବାଚନ ଫଳାଫଳ ଘୋଷଣା

ଗଞ୍ଜାମ, (ବିନୋଦ ପଲାଇ):ମାନ୍ୟବର ହାଇକୋର୍ଟର ସ୍ଥଗିତାଦେଶ ଉଠିବା ପରେ ,ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜର ଶ୍ରମିକ ସଙ୍ଘଠନ ଫଳାଫଳ ଆଜି ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଘୋଷଣା କରିଛନ୍ତି। ଜୟଶ୍ରୀ କେମିକାଲସ ୱାର୍କର୍ସ ୟୁନିୟନ (ବିଜୁ ଶ୍ରମିକ ସାମୁଖ୍ୟ ) ବିପୁଳଭୋଟରେ ବିଜୟୀ ହୋଇ ସ୍ୱୀକୃତି ପ୍ରାପ୍ତ ୟୁନିୟନ ଭାବେ ଘୋଷଣା କରାଯାଇଛି। ଗତ ଡିସେମ୍ବର ୨୮ ତାରିଖ ହୋଇଥିବା ଶ୍ରମିକ ସଙ୍ଘଠନ ନିର୍ବାଚନ ହୋଇଥିବା ବେଳେ ବାମପନ୍ଥୀ ସମର୍ଥିତ ଶ୍ରମିକ ସଙ୍ଘଠନ ଜୟଶ୍ରୀ କେମିକାଲସ ଏମ୍ପ୍ଲୋୟୀସ ୟୁନିୟନ (ଏଆଇଟିୟୁସି) କେତକ ଆଇନଗତ କାରଣ ଦର୍ଶାଇ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।ଫଳରେ ନିର୍ବାଚନ ସମାପ୍ତ ପରେ ଫଳାଫଳ ଘୋଷଣା ନକରିବା ପାଇଁ ମାନ୍ୟବର ଅଦାଲତ ଶ୍ରମ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ସରିବାପରେ ମଧ୍ୟ ଫଳାଫଳ ଘୋଷଣା ହୋଇନଥିଲା। ମାନ୍ୟବର ଅଦାଲତ ଗତକାଲି ନିର୍ବାଚନ ଫଳାଫଳ ଘୋଷଣା କରିଵା ପାଇଁ ନିର୍ଦ୍ଦେଶ ଦେବାପରେ ଆଜି ଶ୍ରମ ଅଧିକାରୀ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ ଜୟଶ୍ରୀ କେମିକାଲ ୱାର୍କର୍ସ ୟୁନିୟନ (ବିଜୁ ଶ୍ରମିକ ସାମୁଖ୍ୟ ) ୫୨ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ,ଥିବା ବେଳେ ବାମପନ୍ଥୀ ସମର୍ଥିତ ଶ୍ରମିକ ସଙ୍ଘଠନ ଜୟଶ୍ରୀ କେମିକାଲ ଏମ୍ପ୍ଲୋୟୀସ ୟୁନିୟନ (ଏଆଇଟିୟୁସି) ୧୩ଟି ଭୋଟ ଓ ଜୟଶ୍ରୀ କେମିକାଲ ଶ୍ରମିକ ସଂଗଠନ ତିନଟି ଭୋଟ ପାଇଥିଲେ।ଫଳାଫଳ ଘୋଷଣା ପରେ ଆଜି ବିଜେଡି ପକ୍ଷରୁ ଛତ୍ରପୁରରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବାହାରି ଗଞ୍ଜାମ ସହର ପରିକ୍ରମା କରିବା ସହ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ କରି ଗ୍ରାସୀମ ଇଣ୍ଡୋଷ୍ଟିଜ ପ୍ରଶାସନିକ କାର୍ଯ୍ୟାଳୟରେ ପହଁଚିଥିଲେ। ଏଥିରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି , କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ଶ୍ରମିକନେତା ଡାନିୟଲ ଦାସ, ଜୟଶ୍ରୀ କେମିକାଲସ ୱାର୍କର୍ସ ୟୁନିୟନ ସମ୍ପାଦକ ଜି. ସନ୍ତୋଷ ରେଡ୍ଡୀ, କାର୍ଯ୍ୟକାରୀ ସଭାପତି ଶଙ୍କର ଦାସ, ଗଞ୍ଜାମ ଏନଏସି ଅଧ୍ୟକ୍ଷଙ୍କ ପ୍ରତିନିଧି ଇଂ.ବିନୋଦ କୁମାର ପାଢୀ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ପାଢ଼ୀ, ବ୍ୟବସାୟୀ ସଂଘ ସଭାପତି ଗୋୖରୀ ଶଙ୍କର ବାରିକ, ଶ୍ରମିକ ନେତା ସୁଦାମ ଜେନା,ବିଜୟୀ ୟୁନିୟନର ଉପସଭାପତି ସୁନୀଲ ବେହେରା, ବିଜୟ ପଲାଇ, ଶ୍ରୀନିବାସ ରାଓ, ପୂର୍ବତନ ଉପାଧ୍ୟକ୍ଷ ଭାଗ୍ୟରେଡ୍ଡୀ, ବିସିସି ବ୍ୟାଙ୍କର ପୂର୍ବତନ ସଭାପତି ଖଲି ରେଡ୍ଡୀ, ପୂର୍ବତନ ସରପଞ୍ଚ କେଦାର ସ୍ବାଇଁ, ଗଂଜାମ ନଗର ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାଶ, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା, ମନଜ ରେଡ୍ଡୀ, ଶ୍ରୀକାନ୍ତ ତ୍ରିପାଠୀ, କାଉନସିଲର ସ୍ୱାଗତ ଦାସ, ପି. ମୋହନ ରେଡ୍ଡୀ, ଗଣେଶ ମହାରଣା, ବିଜେଡି ନେତା ରଙ୍କ ପ୍ରଧାନ,ଇନ୍ଦ୍ରମଣି ଦଳେଇ ରବି ପ୍ରଧାନ, କୃଷ୍ଣ ପଲେଇ, ସୁଦାମ ପଲେଇ, ପ୍ରମୁଖ ସାମିଲ ହୋଇଥିଲେ। ଏହି ନିର୍ବାଚନରେ ମଜଦୂର ୟୁନିୟନ ଭାଗ ନେଇନଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ