ହାଇଭା ଧକ୍କାରେ ଯୁବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର-ଯଶିପୁର ରାସ୍ତା ଜାତୀୟ ରାଜପଥ ମୟୂରଭଂଜ-୨୨୦ ନମ୍ବର ପାଲଟିଛି ମରଣଯନ୍ତା । ବୁଧବାର ରାତି ପାଖାପାଖି ୯ ଟା  ସମୟରେ ରାଇରଙ୍ଗପୁରରୁ- ଯଶିପୁର ଆଡ଼କୁ ଯାଉଥିବା ହାଇଭା ଗାଡି ଧକ୍କାରେ ଜଣକର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡି ନିକଟସ୍ଥ ହାଟବାଦଡାରେ ହାଇଭା ଧକ୍କାରେ ଭାଲୁପାହାଡି ଗ୍ରାମର ସୁରତସେନ ମହାନ୍ତ(୫୦) ଙ୍କୁ ଧକ୍କା ଦେବା ସହ ଦୁଇ ଗୋଡ଼ ଉପରେ ଚଢ଼ି ଯାଇ ହାଇଭା ଟି ଖସି ପଳାଇଥିଲା। ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।କିଛି ଲୋକ ହାଟବାଆଦଡା ଫାଣ୍ଡିକୁ ଖବର ଦେଇଥିଲେ ।ଖବର ପାଇ ଫାଣ୍ଡି ଅଧିକାରୀ ବରୁଣ ଗିରି ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ପରିସ୍ଥିତି ଅତି ଗୁରୁତର ଥିବାରୁ ତା’ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।୧୦୮ ଆମ୍ବୁଲାନ୍ସରେ ନେଉଥିବା ବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ