ପାଣି ଟାଙ୍କି ଥାଇ ମଧ୍ୟ ଗ୍ରାମବାସୀ ସ୍ଵଛ ପାଣିରୁ ବଞ୍ଚିତ
ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ୩୯ ପଞ୍ଚାୟତକୁ ନେଇ ଓଡ଼ିଶାର ଦ୍ୱତୀୟ ବୃହତ୍ତମ ବ୍ଲକ, ହେଲେ ଏହି ବ୍ଲକର ପ୍ରତ୍ୟକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଛି | ରାସ୍ତା ଘାଟ ଠାରୁ ନେଇ ପିଇବା ପାଣିର ସମସ୍ୟା ଲାଗି ରହିଛି, ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ପାଇଁ ଭଲ ପିଇବା ପାଣି ଯୋଗାଇବା ପାଇଁ ପ୍ରତେକ ଗାଁ ଓ ସହରରେ ପାଣି ଟାଙ୍କି ନିର୍ମାଣ କରୁଛନ୍ତି | କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ନିର୍ମାଣ କରାଯାଇଛି କିନ୍ତୁ ବର୍ତ୍ତମାନ ସମୟରେ ତାହା ଖତ ଖାଉଛି | ଅଡବା ପଞ୍ଚାୟତରେ ଏକ ପାଣି ଟାଙ୍କି ନିର୍ମାଣ ହୋଇ ଏକ ବର୍ଷ ବିତିଲାଣି କିନ୍ତୁ ଗାଁ କୁ ପାଣି ଯୋଗାଇ ପାରୁନି କି କୌଣସି କାମରେ ଆସୁନି ଯାହାଫଳରେ କିଛି ସ୍ଥାନରେ ଫାଟ ସୃଷ୍ଟି ହେଲାଣି | ସେହି ଭଳି ମୋହନାରେ ମଧ୍ୟ ପାଣି ଟାଙ୍କି ନିର୍ମାଣ ହୋଇ ପାଞ୍ଚ ବର୍ଷ ବିତିଗଲାଣି ଗାଁକୁ ପାଇପ ଯୋଡି ପାଣି ଟାଙ୍କିରେ ଭର୍ତି କରି ଦେଖିବା ପରେ ମଧ୍ୟ ଭଲ ପାଣି ଟୋପେ ମିଳୁନି ଯାହା ଫଳରେ ଲୋକେ ସେଇ ଗୋଳିଆ ପାଣି ଭରସାରେ ଚଳୁଛନ୍ତି | ଏହି ବିଷୟରେ ଜଳ ଯୋଗାଣ ବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନି, ଅନ୍ୟ ପଟେ ପାଣି ଟାଙ୍କି ନିର୍ମାଣ କରିଥିବା ଠିକାଦାରଙ୍କୁ ପଚାରିବାରୁ ସେ କହିଥିଲେ ଏହି ଟାଙ୍କି ନିର୍ମାଣ ସମ୍ପୂର୍ଣ୍ଣ କରି ପଞ୍ଚାୟତକୁ ଆମେ ଦେଇଦେଲୁଣି କିନ୍ତୁ ପଞ୍ଚାୟତରେ ଏହାର ବ୍ୟବହାର ହେଉନାହିଁ କେବେ ଲୋକଙ୍କୁ ଭଲ ପାଣି ମିଳିବ ଓ ଟାଙ୍କି କାମରେ ଲାଗିବ ତାକୁ ଦେଖିବା ବାକି ରହିଲା |


