ଆଦର୍ଶ ମୌଳିକ ସାକ୍ଷରତା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ବିଦ୍ୟାପୀଠରେ ବ୍ଳକସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରାଥମିକ ବିଦ୍ୟାଳୟ ( ଏଫ୍ . ଏଲ୍ . ଏନ୍ ) ମଡେଲ ସ୍କୁଲ ଉଦଘାଟନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ  ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଆଇନଜିବୀ ହରପ୍ରସାଦ ରଥ ,  ପ୍ରଶିକ୍ଷିକା ନିବେଦିତା ପାଢ଼ୀ , ଲିପିଶ୍ରୀ ଦେବୀ  , ସମଗ୍ର ଶିକ୍ଷା ସଂଯୋଜକ ବାଳା ମାଝୀ , ଏବିଇଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , କାଉନସିଲର ଜ୍ୟୋସ୍ନା ଜେନା , ପ୍ରତିନିଧି ରମେଶ ଜେନା , ଏନ୍ ପି ଏସ୍  ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ , ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇ . ଗଣେଶ ପାତ୍ର , ନଗର ସିଆରସିସି ଅନିଲ କୁମାର ଦାସ , ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଗୈାର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ  ଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଛୋଟ ଶିଶୁ ଙ୍କୁ ପ୍ରଥମ ଶ୍ରେଣୀ ରୁ ସୁଦୃଢ କରିବା ଉଦ୍ଦେଶ୍ୟରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟରେ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୬  ଟି କ୍ଳଷ୍ଟରର ସିଆରସିସି ଏବଂ ପ୍ରଧାନ ଶିକ୍ଷୟିତ୍ରୀ ,ପ୍ରଧାନଶିକ୍ଷକ ଙ୍କ ଉପସ୍ଥିତିରେ  ସଭାକାର୍ଯ୍ୟରେ ୨୦୨୬ – ୨୭ ସୁଦ୍ଧା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଶେଷ କରୁଥିବା ସମସ୍ତ  ଛାତ୍ରୀ ଛାତ୍ର ଏହି ଶିକ୍ଷାର ସମସ୍ତ କୌଶଳ ଗୁଡ଼ିକ କିପରି ହାସଲ କରିପାରିବେ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଏଥିସହ ଆୟୋଜିତ ପୋଷାକ ବିତରଣ ଉତ୍ସବରେ  ମଧୁବିଦ୍ୟାପୀଠରେ ଅଧ୍ୟୟନରତ ୯୪ ଜଣ  ଛାତ୍ରୀ ଛାତ୍ର ଙ୍କୁ ଅତିଥି ବୃନ୍ଦ ମାଗଣା ପୋଷାକ  ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସିଆରସିସି ଉପେନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ବିଦ୍ଯାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଣୀ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ