ହାତୀଓଟ ସ୍ଥିତ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ୨୭/୮/୨୬ ତାରିଖ ଦିନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁମା ବୃନ୍ଦଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାବୀର ହନୁମାନଙ୍କୁ ରାକ୍ଷୀ ଲାଗି କରିବା ପରେ ବିଦ୍ୟାଳୟର ସମସ୍ତ ଶିଶୁ ପରସ୍ପର ମଧ୍ୟରେ ରକ୍ଷା ବନ୍ଧନ କରିଥିଲେ। ଏହାପରେ ବୃକ୍ଷ ରୋପଣ କରି ଓ ବୃକ୍ଷକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାତି ସନ୍ତୋଷ କୁମାର ପାତ୍ର, ସଂପାଦକ ସନ୍ତୋଷ କୁମାର ମହାରଣା, ସହସଂପାଦକ ଜଗନ୍ନାଥ ସାହୁ, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ, ଓ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା, ମାଉସୀମା,ବାହନ ଚାଳକ ଭାଇ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।


